ମୁଖ୍ୟ ଖବର
ନୂଆଦିଲ୍ଲୀ: ନବମ ଶ୍ରେଣୀରୁ ନୁହେଁ ବରଂ ଛୋଟ ବୟସରୁ ପିଲାମାନଙ୍କୁ ଯୌନ ଶିକ୍ଷା ଦିଆଯିବା ଉଚିତ, ବୋଲି କହିଛନ୍ତି ସୁପ୍ରିମକୋର୍ଟ। ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ଏବଂ ଜଷ୍ଟିସ ଆଲୋକ ଆରାଧେଙ୍କ ଖଣ୍ଡପୀଠ କହିଛନ୍ତି ଯେ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଯୁବ କିଶୋରମାନଙ୍କୁ ଯୌବନ ସହିତ ହେଉଥିବା ହରମୋନ୍ ପରିବର୍ତ୍ତନ ବିଷୟରେ ସଚେତନ କରିବା ପାଇଁ ଯୌନ ଶିକ୍ଷା ପାଠ୍ୟକ୍ରମର ଏକ ଅଂଶ ହେବା ଉଚିତ।
ଖଣ୍ଡପୀଠ ଆହୁରି କହିଛନ୍ତି ଯେ, "ଆମେ ବିଶ୍ୱାସ କରୁଛୁ ଯେ ନବମ ଶ୍ରେଣୀଭାରତୀୟ ଦଣ୍ଡ ସଂହିତାର ଧାରା ୩୭୬ (ବଳାତ୍କାର) ଏବଂ ୫୦୬ (ଅପରାଧିକ ଧମକ) ଏବଂ ଯୌନ ଅପରାଧରୁ ଶିଶୁ ସୁରକ୍ଷା (ଚଙଉଝଙ) ଆଇନର ଧାରା ୬ (ଗମ୍ଭୀର ଯୌନ ଆକ୍ରମଣ) ଅନୁଯାୟୀ ଅପରାଧରେ ଅଭିଯୁକ୍ତ ଜଣେ ୧୫ ବର୍ଷୀୟ ବାଳକକୁ ଜାମିନ ପ୍ରଦାନ କରିବା ସମୟରେ ସୁପ୍ରିମକୋର୍ଟ ଏହି ପର୍ୟ୍ୟବେକ୍ଷଣ କରିଛନ୍ତି। ସୁପ୍ରିମକୋର୍ଟ ପୂର୍ବରୁ ତାଙ୍କୁ ଜାମିନରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ, କାରଣ ସେ ଜଣେ ନାବାଳକ।
ଯୌନ ଶିକ୍ଷା ସର୍ବଦା ବିତର୍କର ବିଷୟ ହୋଇଆସିଛି। ତଥାପି ଏହା ଏକ ବିଷୟ ଯାହା ସମାଜରେ ଦୀର୍ଘ ସମୟ ଧରି ବିବାଦୀୟ ହୋଇଆସିଛି। ଏହା ବ୍ୟତୀତ ଏହାକୁ ମଧ୍ୟ ଅବହେଳା କରାଯାଇଛି।
ଶିଶୁ ଏବଂ ଯୁବକମାନଙ୍କ ଶାରୀରିକ, ମାନସିକ ଏବଂ ଭାବପ୍ରବଣ ବିକାଶ ପାଇଁ ଯୌନ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଶିକ୍ଷା ପିଲାମାନଙ୍କୁ କେବଳ ସେମାନଙ୍କ ଶରୀର ଏବଂ ସମ୍ପର୍କ ବିଷୟରେ ସଚେତନ କରାଏ ନାହିଁ ବରଂ ସେମାନଙ୍କୁ ଏକ ସୁରକ୍ଷିତ ଏବଂ ସୁସ୍ଥ ଜୀବନଯାପନ କରିବାରେ ମଧ୍ୟ ସାହାଯ୍ୟ କରେ। ତେବେ ଯୌନ ଶିକ୍ଷା କାହିଁକି ଗୁରୁତ୍ୱପୂର୍ଣ୍ଣ ଏବଂ ପିଲାମାନେ ଏହାକୁ କେବେ ଗ୍ରହଣ କରିବା ଉଚିତ?, ସେନେଇ ବିଶେଷଜ୍ଞମାନେ ବହୁ ଉପାଦେୟ ଯୁକ୍ତି ଉପସ୍ଥାପନ କରନ୍ତି।ରୁ ନୁହେଁ ବରଂ ଛୋଟ ବୟସରୁ ପିଲାମାନଙ୍କୁ ଯୌନ ଶିକ୍ଷା ଦିଆଯିବା ଉଚିତ। ସମ୍ପୃକ୍ତ କର୍ତ୍ତୃପକ୍ଷ ସେମାନଙ୍କର ବିଚକ୍ଷଣତା ବ୍ୟବହାର କରିବା ଉଚିତ ଏବଂ ଯୌବନ ପରେ ଘଟୁଥିବା ପରିବର୍ତ୍ତନ ଏବଂ ସତର୍କତା ପଦକ୍ଷେପ ବିଷୟରେ ପିଲାମାନେ ସଚେତନ ହେବା ପାଇଁ ସଂଶୋଧନାତ୍ମକ ପଦକ୍ଷେପ ନେବା ଉଚିତ।"
Comments ସମସ୍ତ ମତାମତ 0