Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଘର ପିଛା ଜଣଙ୍କୁ ସରକାରୀ ଚାକିରି:ତେଜସ୍ୱୀ ଯାଦବ

    Share on :
    ajab-Image
    Date: Oct 9, 2025    Views: 3944

    କ୍ଷମତାକୁ ଆସିବା ପାଇଁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)ନେତା ତେଜସ୍ୱୀ ଯାଦବ ବିହାରବାସୀ ବେଶ ନିଆରା ଓ ଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ବିରୋଧୀ ମେଣ୍ଟ ଆଗାମୀ ନିର୍ବାଚନରେ କ୍ଷମତା ଦଖଲ କରିବ, ତା’ହେଲେ ବିହାରର ପ୍ରତିଟି ଘରୁ ଜଣଙ୍କୁ ନିଶ୍ଚିତ ଭାବେ ସରକାରୀ ଚାକିରି ମିଳିବ। ଏ ସଂକ୍ରାନ୍ତ ବିଧେୟକ ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଆସିବ। ବିନା ଚାକିରିର କୌଣସି ଘର ବିହାରରେ ରହିବ ନାହିଁ ବୋଲି ତେଜସ୍ୱୀ ଦମ୍ଭୋକ୍ତି କରିଛନ୍ତି। ସେ କହିଛନ୍ତି, “ଆମେ ଆଜି ଗୋଟିଏ ଐତିହାସିକ ଘୋଷଣା କରିବାକୁ ଯାଉଛୁ। ଅନେକ ଲୋକ ଜାଣିବାକୁ ଚାହୁଁଛନ୍ତି ଯେ ଆମେ କେମିତି ବିହାରକୁ ଆଗକୁ ନେବୁ। ବେକାରୀ ବିହାରର ସବୁ ଠାରୁ ବଡ଼ ପ୍ରସଙ୍ଗ ବୋଲି ୨୦ ବର୍ଷ ହେଲାଣି ଏହି ସରକାର ଜାଣିବାକୁ ଅକ୍ଷମ ହୋଇଛନ୍ତି।”ତାଙ୍କ କହିବା କଥା ଯେ ଏନଡିଏରେ ଥିବା ଜେଡିୟୁ ଓ ବିଜେପି ଚାକିରି ପାଇଁ ପ୍ରତିଶ୍ରୁତି ଦେଉ ନାହାନ୍ତି। ସେମାନେ କେବଳ ବେକାରୀ ଭତ୍ତା କଥା କହୁଛନ୍ତି। ତେଜସ୍ୱୀ କହିଛନ୍ତି, “ଯେଉଁ ବିହାର ପରିବାର ପାଖରେ ସରକାରୀ ଚାକିରି ନାହିଁ, ସେମାନେ ନୂଆ ବିଧେୟକ ବଳରେ ସରକାରୀ ଚାକିରି ପାଇବେ।
    ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଆମେ ଏନେଇ ବିଧେୟକ ଆଣିବୁ। ଆଉ ୨୦ ମାସ ମଧ୍ୟରେ ଆମେ ବିହାରର କୌଣସି ଘର ଯେମିତି ସରକାରୀ ଚାକିରିରୁ ବଞ୍ଚିତ ନଥିବ, ତା’କୁ ନିଶ୍ଚିତ କରିବୁ।” ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ ଦାବି କରିଛନ୍ତି ଯେ ତାଙ୍କ ଦାବି ତଥ୍ୟ ଉପରେ ଆଧାରିତ। ସେ କହିଛନ୍ତି, “ଏହା ମୋର ପ୍ରତିଜ୍ଞା। ଏମିତି ହିଁ ହେବ। ଏହା ଆଦୌ ଜୁମଲେବାଜ ବା ମିଛ ପ୍ରତିଶ୍ରୁତି ନୁହେଁ। ବିହାରର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି।ସାମାଜିକ ପରିବର୍ତ୍ତନ ବ୍ୟତୀତ ଆମେ ବିହାର ଲୋକଙ୍କ ଅର୍ଥନୀତିକ ନ୍ୟାୟକୁ ମଧ୍ୟ ନିଶ୍ଚିତ କରିବୁ। ଏହା ସମ୍ଭବ। ଏଥିପାଇଁ ଇଚ୍ଛା ଶକ୍ତି ଆବଶ୍ୟକ। ସେମାନେ ଆମ ଘୋଷଣାର ନକଲ କରୁଛନ୍ତି।”ବିହାରର ୨୪୩ ବିଧାନସଭା ଆସନ ପାଇଁ ୨ଟି ପର୍ୟ୍ୟାୟ ଅର୍ଥାତ ନଭେମ୍ବର ୬ ଓ ୧୧ରେ ମତଦାନ ହେବ। ସେହିପରି ନଭେମ୍ବର ୧୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook