Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଜି ହୋଇପାରେ ବିହାର ନିର୍ବାଚନ ତାରିଖ ଘୋଷଣା

    Share on :
    ajab-Image
    Date: Oct 6, 2025    Views: 3949

    ଭୁବନେଶ୍ୱର:ବିହାର ବିଧାନସଭା ନିର୍ବାଚନ ଲାଗି ଆଜି ତାରିଖ ଘୋଷଣା ହୋଇପାରେ । ଭାରତୀୟ ନିର୍ବାଚନ କମିଶନ ଆଜି ଅପରାହ୍ନ ୪ଟାରେ ଏକ ସମ୍ବାଦିକ ସମ୍ମିଳନୀ କରିବା ନେଇ ସୂଚନା ମିଳିଛି । ସୂତ୍ର ଅନୁସାରେ ନିର୍ବାଚନ କମିଶନ ଆଜି ବିହାର ବିଧାନସଭା ନିର୍ବାଚନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ । ଏହା ପରେ ଅପରାହ୍ନ ୪ଟାରେ ସାମ୍ବାଦିକ ସମ୍ମିଳନୀ ଡାକିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବିହାର ନିର୍ବାଚନ ତାରିଖ ଘୋଷଣା ହୋଇପାରେ ବୋଲି ଆଲୋଚନା ହେଉଛି ।

    ବିହାରର ୨୪୩ଟି ବିଧାନସଭା ଆସନ ପାଇଁ ଅକ୍ଟୋବର-ନଭେମ୍ବର ୨୦୨୫ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ନିର୍ବାଚନ ତାରିଖ ଘୋଷଣା ହେବା ପରେ ଆଚରଣ ବିଧି ଲାଗୁ ହେବ ଏବଂ ନାମାଙ୍କନ ପ୍ରକ୍ରିୟା ଆରମ୍ଭ ହୋଇଯିବ । ଏହି ନିର୍ବାଚନରେ ନିର୍ବାଚନ ଆୟୋଗ ପକ୍ଷରୁ ଆପଣାଯାଇଥିବା ୧୭ଟି ନୂଆ ନିର୍ବାଚନ ସଂସ୍କାରକୁ କାର୍ୟ୍ୟକାରୀ କରାଯିବ । ଏ ସମ୍ପର୍କରେ ମୁଖ୍ୟ ନିର୍ବାଚନ କମିଶନ ଜ୍ଞାନେଶ କୁମାର ରବିବାର ପାଟନାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ । ବିହାରରେ ଯେଉଁ ସଂସ୍କାର କାର୍ୟ୍ୟକାରୀ ହେବ ତାକୁ ଆଗାମି ଦିନରେ ସାରା ଦେଶରେ କାର୍ୟ୍ୟକାରୀ କରାଯିବ ବୋଲି ସିଇସି କହିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook