ମୁଖ୍ୟ ଖବର
କୋଲକାତା: ପଶ୍ଚିମବଙ୍ଗରେ ବର୍ଷା ବିତ୍ପାତ । ଶନିବାର ପଶ୍ଚିମବଙ୍ଗର ଦାର୍ଜିଲିଂ ସବଡିଭିଜନରେ ଭୂସ୍ଖଳନ । ଭୁସ୍ଖଳନରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି । ଉତ୍ତର-ପଶ୍ଚିମବଙ୍ଗ ଅଞ୍ଚଳରେ ଭୟଙ୍କର ଭୁସ୍ଖଳନ ଘଟି ଗାଡି ଚଳାଚଳ ବାଧାପ୍ରାପ୍ତ । ପାହାଡର ଗଡ଼ାଣି ଅଞ୍ଚଳରେ ଥିବା ମିରିକ-ସୁଖିଆପୋଖରୀ ରାସ୍ତା ବନ୍ଦ । ପାଖାପାଖି ଅଞ୍ଚଳ ସହିତ ସଂଯୋଗ ବିଚ୍ଛିନ୍ନ ଏବଂ ଯାତାୟାତ ଓ ଗମନାଗମନ ବାଧାପ୍ରାପ୍ତ ।
ଦାର୍ଜିଲିଂରେ ପ୍ରବଳ ବର୍ଷା ଓ ଭୁସ୍ଖଳନ ବିପତ୍ତିରେ ଦୁଃଖ ପ୍ରକାଶ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, "ଦାର୍ଜିଲିଂରେ ଏକ ସେତୁ ଦୁର୍ଘଟଣାରେ ପ୍ରାଣହରାଇ ଥିବା ବ୍ୟକ୍ତିଙ୍କ ପାଇଁ ଗଭୀର ମର୍ମାହତ । ଯେଉଁମାନେ ନିଜ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା । ଆହତମାନେ ଶୀଘ୍ର ଆରୋଗ୍ୟ ଲାଭ କରନ୍ତୁ । ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ପରିପ୍ରେକ୍ଷୀରେ ଦାର୍ଜିଲିଂ ଏବଂ ଆଖପାଖ ଅଞ୍ଚଳର ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦେବାକୁ ଆମେ ପ୍ରତିବଦ୍ଧ ।"
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, "ପଶ୍ଚିମବଙ୍ଗର ଦାର୍ଜିଲିଂରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ ହୋଇଥିବା ଜୀବନହାନୀ ଘଟଣା ଦୁଃଖଦ। ମୁଁ ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ମୁଁ ଉଦ୍ଧାର ଏବଂ ରିଲିଫ୍ କାର୍ୟ୍ୟର ସଫଳତା ପାଇଁ ପ୍ରାର୍ଥନା କରୁଛି ଏବଂ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି ।"
Comments ସମସ୍ତ ମତାମତ 0