ମୁଖ୍ୟ ଖବର
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ଛିନ୍ଦୱାଡ଼ା ଓ ରାଜସ୍ଥାନରେ କୋଲ୍ଡରିଫ କଫ୍ ସିରପ ସେବନ କରି ୧୧ ଶିଶୁଙ୍କ ମୃତ୍ୟୁ ଘଟଣାରେ ବଡ଼଼ ଆକ୍ସନ ନିଆଯାଇଛି । ପ୍ରଥମେ ରାଜ୍ୟରେ କଫ୍ ସିରପ ବିକ୍ରି ଉପରେ ବ୍ୟାନ ଲଗାଯିବା ପରେ ଏବେ ପ୍ରଥମ ଗିରଫଦାରୀ ହୋଇଛି । ବିଶାକ୍ତ କଫ୍ ସିରପ ଲେଖିଥିବା ଡାକ୍ତର ପ୍ରବୀଣ ସୋନୀଙ୍କୁ ଗିରଫ କରିଛି ମଧ୍ୟପ୍ରଦେଶ ପୁଲିସ । ଛିନ୍ଦୱାଡ଼ାର ପରସିଆରେ କୋଲଡ୍ରିଫ୍ କଫ୍ ସିରପ୍ ପିଇ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା । ସେପଟେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଜରୁରୀ ବୈଠକ ଡାକିଛନ୍ତି । ଅପରାହ୍ନ ୪ଟାରେ ସମସ୍ତ ରାଜ୍ୟର ସ୍ୱାସ୍ଥ୍ୟ ସଚିବ ଓ ଡ୍ରଗ୍ସ କଣ୍ଟ୍ରୋଲର୍ଙ୍କ ସହିତ ଆଲୋଚନା କରିବେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ।
ଏହି ମାମଲାରେ ଶ୍ରୀସାନ ଫାର୍ମାସ୍ୟୁଟିକାଲ ଏବଂ ଡାକ୍ତର ପ୍ରବୀଣ ସୋନିଙ୍କ ବିରୋଧରେ ବେଆଇନ ଭାବରେ ସିରପ୍ ବଣ୍ଟନ ଅଭିଯୋଗ ହୋଇଛି । ପୁଲିସ ଏକ ମାମଲା ରୁଜୁ କରି କାର୍ୟ୍ୟାନୁଷ୍ଠାନ ଆରମ୍ଭ କରିଛି । ଦୋଷୀଙ୍କ ବିରୁଦ୍ଧରେ କଠୋର ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛି । ଡାକ୍ତର ପ୍ରବୀଣ ସୋନି ତାଙ୍କ କ୍ଲିନିକ୍ରେ ପିଲାମାନଙ୍କୁ କଫ୍ ସିରପ୍ ଦେଇଥିଲେ ଯାହା ଫଳରେ ସେମାନଙ୍କ ମୃତ୍ୟୁ ଘଟିଥିଲା । ସେ ଛୋଟ ପିଲାମାନଙ୍କୁ ଏହି ସିରପ୍ ପିଇବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ପିଲାମାନଙ୍କୁ କୋଲଡ୍ରିଫ୍ ଏବଂ ନାଷ୍ଟ୍ରୋ ଡିଏସ୍ ଦିଆଯାଇଥିଲା, ଯାହା ଫଳରେ କିଡ୍ନୀ ସଂକ୍ରମଣରୁ ପିଲାମାନଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ତାମିଲନାଡୁ ପରେ ମଧ୍ୟପ୍ରଦେଶ ସରକାର ଶନିବାର ଦିନ କୋଲଡ୍ରିଫ୍ କଫ୍ ସିରପ୍ ଉପରେ ପ୍ରତିବନ୍ଧକ ଲଗାଇଥିଲେ । ଏହି ସିରପ୍ ଯୋଗୁଁ ମଧ୍ୟପ୍ରଦେଶରେ ୨୭ ଦିନରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁମାନଙ୍କ ବୟସ ୧ ରୁ ପାଞ୍ଚ ବର୍ଷ ମଧ୍ୟରେ ଥିଲା ।
Comments ସମସ୍ତ ମତାମତ 0