Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପିଓକେରେ ହିଂସା; ସେନା ଗୁଳିରେ ୧୨ ମୃତ

    Share on :
    ajab-Image
    Date: Oct 4, 2025    Views: 4331

    ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆରମ୍ଭ ହୋଇଥିବା ସରକାରୀ ବିରୋଧୀ ବିକ୍ଷୋଭ ହିଂସାର ରୂପ ନେଇଛି। ପାକିସ୍ତାନର କାଶ୍ମୀରବାସୀ ରିଆତି ଦରରେ ଖାଦ୍ୟ, ବିଜୁଳି ଓ ଅନ୍ୟାନ୍ୟ ସେବା ଯୋଗାଇ ଦେବା ଦାବିରେ ବିକ୍ଷୋଭ ଚଳାଇଥିବାବେଳେ ସରକାର ସେମାନଙ୍କ ଉପରେ ବଳ ପ୍ରୟୋଗ କରିଛନ୍ତି। ଫଳରେ ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଛି। ଲୋକେ ରାସ୍ତାଘାଟ ଅବରୋଧ କରିଥିବାବେଳେ ସେନା ଓ ପୁଲିସ ସେମାନଙ୍କୁ ରାସ୍ତାରୁ ହଟାଇବା ଲାଗି ଗୁଳିମାଡ କରିଛି। ସୁରକ୍ଷା ବାହିନୀଙ୍କ ଗୁଳିମାଡରେ ୧୨ଜଣ ପ୍ରାଣ ହରାଇଛନ୍ତି। ଏହା ସହିତ ଶତାଧିକ ଆହତ ହୋଇଛନ୍ତି।

    ଅନ୍ୟପଟେ ଲୋକଙ୍କ ପାଲଟା ଆକ୍ରମଣରେ ୩ଜଣ ପୁଲିସ କର୍ମଚାରୀ ପ୍ରାଣ ହରାଇଥିବାବେଳେ ୮ଜଣ ଗୁରୁତର ଆହତ ହୋଇଛନ୍ତି। ସେପ୍ଟେମ୍ବର ୨୯ ତାରିଖରେ ପିଓକେରେ ସରକାରୀ ବିରୋଧୀ ବିକ୍ଷୋଭ ଆରମ୍ଭ ହୋଇଥିଲା। ଅକ୍ଟୋବର ୨ରେ ଏହି ବିକ୍ଷୋଭ ହିଂସା ରୂପ ନେଇଥିଲା। ବିକ୍ଷୋଭକାରୀଙ୍କ ଉପରେ ସୁରକ୍ଷା ବାହିନୀ ବଳ ପ୍ରୟୋଗ କରିଥିଲା। ଜାମ୍ମୁ-କାଶ୍ମୀର ଜଏଣ୍ଟ ଆୱାମୀ ଆକ୍ସନ କମିଟି (ଜେକେଜେଏଏସି) ପକ୍ଷରୁ ଏହି ବିକ୍ଷୋଭ ଆରମ୍ଭ ହୋଇଥିଲା। ପିଓକେର ନିଲମ ଭ୍ୟାଲି ପବ୍ଲିକ ଆକ୍ସନ କମିଟି ଓ ଜଏଣ୍ଟ ଆକ୍ସନ ମାର୍କେଟ କମିଟି ସମର୍ଥନ କରି ସମସ୍ତ ପ୍ରକାର ଦୋକାନ ବଜାରକୁ ବନ୍ଦ କରିଥିଲା। ଚୌଧୁରୀ ଅନୱର ଉଲ୍ ହକ୍‌ଙ୍କ ନେତୃତ୍ବାଧୀନ ପିଓକେ ସରକାର ଲୋକଙ୍କ ଦାବିକୁ ପୂରଣ କରିବାରେ ବିଫଳ ହୋଇଥିବା ପବ୍ଲିକ ଆକ୍ସନ କମିଟି କହିଛି। ସେନା ଓ ପୁଲିସ ଗୁଳିରେ ୧୨ଜଣ ବିକ୍ଷୋଭକାରୀଙ୍କ ମୃତ୍ୟୁ ହୋଇଥିବା ଖବରକୁ ଚୌଧୁରୀ ଅନୱର ଉଲ୍ ହକ୍ ଇସଲାମାବାଦରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସ୍ବୀକାର କରିଛନ୍ତି। ଚୌଧୁରୀ କହିଛନ୍ତି ଯେ ପିଓକେବାସୀଙ୍କ ୯୦ ପ୍ରତିଶତ ଦାବିକୁ ଗ୍ରହଣ କରାଯାଇଛି। ମାତ୍ର ଦୁଇଟି ଦାବି ଯଥା କାଶ୍ମୀରୀ ଶରଣାର୍ଥୀଙ୍କ ପାଇଁ ବିଧାନସଭାରେ ସଂରକ୍ଷଣ ଥିବା ଆସନକୁ ଉଚ୍ଛେଦ କରିବା ଓ ବିଧାନସଭାରେ ମନ୍ତ୍ରୀ ସଂଖ୍ୟା ହ୍ରାସ କରିବାକୁ ସରକାର ବିଚାର କରୁଛନ୍ତି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook