ମୁଖ୍ୟ ଖବର
ନୂଆଦିଲ୍ଲୀ: ରାଜସ୍ଥାନ କଂଗ୍ରେସର ପ୍ରମୁଖ ତଥା ପୂର୍ବତନ ବିରୋଧୀ ଦଳ ନେତା ରାମେଶ୍ୱର ଲାଲ ଡୁଡିଙ୍କ ପରଲୋକ ହୋଇଛି । ୬୨ ବର୍ଷ ବୟସରେ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ପୂର୍ବତନ ବିକାନେର ସାଂସଦ ରାମେଶ୍ୱର ଲାଲ । ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଛି । ୨୦୨୩ ଅଗଷ୍ଟରେ ତାଙ୍କର ବ୍ରେନ୍ ହାମରେଜ ପରେ ସେ କୋମାକୁ ଚାଲି ଯାଇଥିଲେ । ପ୍ରଥମ ତାଙ୍କୁ ଚାଷୀଙ୍କ ପାଇଁ ଲଢୁଥିବା ସ୍ୱର ସବୁଦିନ ପାଇଁ ନୀରବି ଯାଇଛି । ରାମେଶ୍ୱରଙ୍କ ବିରୋୟରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି । ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକବ୍ୟକ୍ତ କରିଛନ୍ତି ।
Comments ସମସ୍ତ ମତାମତ 0