Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ମଦ୍ୟପ ଯୁବକର ଉନ୍ମତ୍ତ କାଣ୍ଡ

    Share on :
    ajab-Image
    Date: Feb 24, 2017    Views: 88

    ପୋଲସରା : ଅତ୍ୟଧିକ ମଦ ପିଇ ବାଇକରୁ ପଡି ଜଣେ ଯୁବକ ଗୁରୁତର ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲା ବେଳେ ଡାକ୍ତରଖାନାରେ ଗାଳିଗୁଲଜ କରିବା ସହ ଝରକାର କାଚ ଭାଙ୍ଗି ଉନ୍ମତ୍ତ କାଣ୍ଡ ଭିଆଇଛିି । ପୋଲସରା ମୁଖ୍ୟସଡକ ବ୍ରାହ୍ମଣ ସାହି ଛକଠାରେ ଗୁରୁବାର ସନ୍ଧ୍ୟା ୬ଟା ସମୟରେ ଉସ୍ତାପଡା ଗ୍ରାମର କୁମୁନ୍ଦ ସ୍ୱାଇଁ (୨୨) ଅତ୍ୟଧିକ ମଦ ପିଇ ମୋଟରସାଇକେଲକୁ ଜୋରରେ ଚଲାଉଥିଲେ । ଏହି ସମୟରେ ସେ ବ୍ରାହ୍ମଣ ସାହି ଛକ ଠାରେ ଭାରସାମ୍ୟ ହରାଇ ଗାଡିରୁ ପଡିଯିବାରୁ ଗୁରୁତର ହୋଇଥିଲେ । କୁମୁନ୍ଦଙ୍କ ମୁଣ୍ଡ ଓ କାନ ପାଖରେ ଏପରିକି ବହୁ ସ୍ଥାନରେ ଖଣ୍ଡିଆଖାବରା ହୋଇଛି । ତାଙ୍କୁ ସଙ୍ଗେ ସଙ୍ଗେ ପୋଲସରା ମୁଖ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତରଖାନାରେ ଉନ୍ମତ୍ତକାଣ୍ଡ ଭିଆଇ ଡାକ୍ତରଖାନା ଝରକାର କାଚ ଭାଙ୍ଗିବା ସହ ଡାକ୍ତର, ଷ୍ଟାଫନର୍ସ ଓ ଅଭିଭାବକ ଗହଣରେ ହାତଗୋଡ ଛାଟି ଗୋଇଠା ମାରି ଗାଳିଗୁଲଜ କରିଥିଲେ ।

    Maximum 500 characters

    Find Us on Facebook