Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଗହିରମଥା : ୩୧ହଜାର ୧୫୪ ଅଲିଭରିଡଲେ ଦେଲେ ଅଣ୍ଡା

    Share on :
    ajab-Image
    Date: Feb 24, 2017    Views: 138

    ରାଜନଗର: ବିଶ୍ୱପ୍ରସିଦ୍ଧ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ବିରଳ ଅଲିଭରିଡଲେ କଇଁଛର ଅନ୍ତୁଡି ଶାଳ ଭାବେ ସମଗ୍ର ବିଶ୍ୱର ଦୃଷ୍ଟି ଆକର୍ଷଣ କରେ । ଅଲିଭରିଡଲେ କଇଁଛର ଚାଲିଛି ପ୍ରଜନନଋତୁ । ପ୍ରଥମ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି । ମୋଟ ୩୧ହଜାର ୧୫୪ ମା କଇଁଛ ଅଣ୍ଡା ଦେଇଛନ୍ତି । ନାଶି-୧ରେ ୪୨ଟି କଇଁଛ ଅଣ୍ଡାଦେଇଥିବାବେଳେ ନାଶି-୨ରେ ୩୧ହଜାର ୯୪ , ଏକକୂଳାରେ ୮, ଅଗରନାଶିରେ ୧୦ଟି କଇଁଛ ଅଣ୍ଡାଦାନ କରିଛନ୍ତିା ସୂର୍ଯ୍ୟାସ୍ତରୁ ସୂର୍ଯେ୍ୟାଦୟ ମଧ୍ୟରେ ଏହି କଇଁଛ ମାନେ ସମୁଦ୍ରରୁ  ଦଳ ଦଳ ହୋଇ ଉଠିଆସି ବାଲୁକା ଶଯ୍ୟାରେ ପ୍ରାୟ ଦେଢ ଫୁଟେରୁ ଦୁଇ ଫୁଟ ନିଜ ଗୋଡରେ ଗାତ ଖୋଳି  ୮୦ରୁ ୧୨୦ବା ୧୩୦ପର୍ଯ୍ୟନ୍ତ ଅଣ୍ଡା ଦେବାପରେ ବାଲି ଘୋଡାଇ ଦେଇ ସମୁଦ୍ରକୁ ଚାଲି ଯାଇଥାନ୍ତି  । ତେବେ ଏହି ଅଣ୍ଡାଦାନ  ସମୟରେ ଓ ପରେ ଛଞ୍ଚଣ, କାଉ, ଗୋଧି, ବିଲୁଆ  ଓ କୁକୁର ପ୍ରଭୃତି ଜୀବଜନ୍ତୁ  ସେମାନଙ୍କୁ  ମାରିଦେବା ସହ  ସେମାନଙ୍କ ଅଣ୍ଡା ଖାଇଦେଇଥାନ୍ତି । ସେମାନଙ୍କ ଦାଉରୁ ସୁରକ୍ଷା ଦେବା ପାଇଁ ବନ ବିଭାଗର ତିନୋଟି ଦଳ ଗଠନ କରାଯାଇଛି । ଗହିର ମଥା ରେଞ୍ଜଅଫିସର ସୁବ୍ରତ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଠିତ ତିନୋଟି ଦଳରେ  ଡେପୁଟି ରେଞ୍ଜର ତ୍ରିଲୋଚନ ବେହେରା, ଫରେଷ୍ଟର ଅଭିମନୁ୍ୟ ତରାଇ, ବିଭୂତି ତରାଇ, ଫରେଷ୍ଟ ଗାର୍ଡ ଦେବ ପ୍ରସାଦ ମୁଣ୍ଡା ଓ ତି୍ରଦୀବ ପ୍ରଧାନଙ୍କ ସହ ଅନ୍ୟ ବନ କର୍ମଚାରି ସାମିଲ ହୋଇଛନ୍ତି । ପ୍ରତି ଦଳରେ ୧୦ ଜଣ ସାମିଲ ଅଛନ୍ତିା

    Maximum 500 characters

    Find Us on Facebook