Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଗିରଫ ପ୍ରତିବାଦରେ ଥାନାରେ ଧାରଣା

    Share on :
    ajab-Image
    Date: Feb 24, 2017    Views: 96

    ନିମାପଡ଼ା: ନିମାପଡ଼ା ବ୍ଲକ ଅନ୍ତର୍ଗତ ତେରୁଣ୍ଡିଆ ଗ୍ରାମ ପଂଚାୟତରେ ଗତ ୧୫ ତାରିଖରେ ସୃଷ୍ଟ ଗଣ୍ଡଗୋଳ ଘଟଣାରେ ପୁଲିସ ପକ୍ଷପାତିତା କରି ୨ ଜଣଙ୍କୁ ଗିରଫ  କରିବା ପ୍ରତିବାଦରେ ଗୁରୁବାର ଥାନା କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଥିଲେ  । ପ୍ରକାଶ ଯେ, ଉକ୍ତ ପଞ୍ଚାୟତରେ ଅଘୋଷିତ ମେଣ୍ଟ ପକ୍ଷରୁ ଏକ ବିଜୟ ଶୋଭାଯାତ୍ରା ଗତ ୧୫ତାରିଖ ଅପରାହ୍ନରେ ପଂଚାୟତ ପରିକ୍ରମା କରୁଥିବା ସମୟରେ ଶାସକ ଦଳର ମହିଳା କର୍ମୀ ଓ ବିଜୟ ଶୋଭାଯାତ୍ରାକାରୀଙ୍କ ମଧ୍ୟରେ ଗଣ୍ଡଗୋଳର ସୂତ୍ରପାତ ଘଟିଥିଲା  । ଏହି ଘଟଣାରେ ସୁକାନ୍ତି ଭୋଇ ସେହିଦିନ ସ୍ଥାନୀୟ ଥାନାରେ ନିର୍ବାଚିତ ସରପଂଚ ରାମଚନ୍ଦ୍ର ନାୟକଙ୍କ ସମେତ ୫ଜଣଙ୍କ ନାମରେ ଅଭିଯୋଗ କରିବା ଫଳରେ ପୁଲିସ ତଦନ୍ତକରି କେସ୍ ନଂ୪୯/୧୭ରେ ମାମଲା ରୁଜୁକରି ଗତକାଲି ବିଳମ୍ବିତ ରାତି୍ରରେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଛବି ଭୋଇ ଓ ଦୁଃଶାସନ ଭୋଇଙ୍କୁ ଗିରଫ କରିଥିଲା  । ଏହି ଘଟଣା ଆଜି ସକାଳେ ପ୍ର·ରିତ ହେବାପରେ ମେଂଟ ପକ୍ଷରୁ ଥାନା କାର୍ଯ୍ୟାଳୟ ସମ୍ମୁଖରେ ଏହାର ପ୍ରତିବାଦରେ ଶତାଧିକ ମହିଳା ଓ ପୁରୁଷ ଧାରଣାରେ ବସିଥିଲେ  । ୧୫ତାରିଖ ଦିନ ମେଂଟ ପକ୍ଷରୁ ଥାନାରେ ପାଲଟା ଅଭିଯୋଗ ହୋଇଥିଲେ ମଧ୍ୟ ପୁଲିସ ସେମାନଙ୍କ ଅଭିଯୋଗକୁ ଉପେକ୍ଷାକରି ଶାସକ ଦଳ କଥାରେ ମାମଲା ରୁଜୁକରି ରାତି ଅଧିଆ ଦୁଇଜଣଙ୍କୁ ଗିରଫ କରିବା ସଂପୂର୍ଣ୍ଣ ଅଗଣତାନ୍ତ୍ରିକ ବୋଲି ଅଭିଯୋଗ ହୋଇଛି  । ଅନ୍ୟ ପକ୍ଷରେ ମେଂଟ ପକ୍ଷରୁ କବିତା ଭୋଇ ଆଜି ପ୍ରତିପକ୍ଷଙ୍କ ନାମରେ ଲିଖିତ ଅଭିଯୋଗ ଥାନାରେ କରିବାରୁ ତୁରନ୍ତ ମାମଲା ରୁଜୁକରି ପ୍ରତିପକ୍ଷଙ୍କୁ ଗିରଫ କରିବାପାଇଁ ଧାରଣାରତ କର୍ମୀମାନେ ଦାବି ଜଣାଇଥିଲେ  । ଥାନା ଆଇଆଇସି ନିରଞ୍ଜନ ପାଢ଼ି କବିତାଙ୍କ ଅଭିଯୋଗକୁ ଗ୍ରହଣକରି ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେବାରୁ ମଧ୍ୟାହ୍ନରେ ଧାରଣା ପ୍ରତ୍ୟାହୃତ ହୋଇଥିଲା  । ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା, ମାତୃକାପ୍ରସାଦ ମିଶ୍ର, ସରପଂଚ ରାମଚନ୍ଦ୍ର ନାୟକ ଓ ଜିଲା କଂଗ୍ରେସ କମିଟି ସଂପାଦକ ନରେନ୍ଦ୍ର ବେହେରାଙ୍କ ସମେତ ବହୁ ନେତା ଓ କର୍ମୀ ଏହି ଧାରଣାରେ ଉପସ୍ଥିତ ଥିଲେ  ।

    Maximum 500 characters

    Find Us on Facebook