Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦାୟିତ୍ଵ ନେଲେ ସୁଶୀଳା କାର୍କି

    Share on :
    ajab-Image
    Date: Sep 14, 2025    Views: 4123

    ନୂଆଦିଲ୍ଲୀ : ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ସୁଶୀଳା କାର୍କି। ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ନେପାଳ ହିଂସାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ର ସହାୟତା ରାଶି ଘୋଷଣା କରିଛନ୍ତି। ସୁଶୀଳା ପୂର୍ବତନ ପ୍ରଧାନ ବିଚାରପତି ଭାବେ କାର୍ୟ୍ୟ କରିଆସିଛନ୍ତି। ୬୮ ବର୍ଷୀୟା କାର୍କୀ ୨୦୧୫ ରୁ ୨୦୧୯ ପର୍ୟ୍ୟନ୍ତ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ଭାବେ କାର୍ୟ୍ୟ କରିଥିଲେ ।  ନ୍ୟାୟିକ ସ୍ଵାଧୀନତା ଓ ସତ୍ୟନିଷ୍ଠାର ପ୍ରତୀକ ଭାବେ ଜଣାଶୁଣା ସୁଶୀଳା । ନେପାଳରୁ ଦୁର୍ନୀତିଖୋର, ସତ୍ତାଲୋଭୀ ରାଜନୀତିଜ୍ଞଙ୍କୁ ବାଦ ଦେଇ ନୂଆ ସରକାର ଗଢିବାକୁ ସୁଶୀଳାଙ୍କୁ ଚୟନ କରିଥିଲେ ଯୁବପୀଢି ।  ସେପ୍ଟେମ୍ବର ୯ ତାରିଖରେ ସାର୍ବଜନିକ ଭାବେ ପ୍ରତିବାଦକାରୀମାନଙ୍କୁ ସମ୍ବୋଧିତ କରି, ସଂଯମ ପାଇଁ ଆହ୍ୱାନ ଦେଇଥିଲେ ସୁଶୀଳା ।  ଆନ୍ଦୋଳନକାରଙ୍କ ଉଗ୍ର ବିକ୍ଷୋଭ ପରେ ୮ ତାରିଖରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ । ଏହାପରେ ସେଠିକାର ସେନା ଅସ୍ଥାୟୀ ରୂପେ ଶାସନ ସମ୍ଭାଳିଥିଲେ । କିନ୍ତୁ କାହାକୁ ଦେଶର ମଙ୍ଗ ଦିଆଯିବ ତା’ ଉପରେ କିଛି ନିଷ୍ପତ୍ତି ହୋଇପାରୁନଥିଲା । ପ୍ରଧାନମନ୍ତ୍ରୀ ପଦ ପାଇଁ ୪ଜଣଙ୍କ ନାମକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେମାନଙ୍କ ମଧ୍ୟରେ ଥିଲେ କାଠମାଣ୍ଡୁ ମେୟର ବାଲେନ୍, ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି , ଇଞ୍ଜିନିୟର କୁଲମାନ ଘିସିଂ ଏବଂ ହାରକା ସମ୍ପଙ୍ଗ । ହେଲେ ଶେଷରେ ସୁଶୀଳା କାର୍କିଙ୍କ ନାଁରେ ମୋହର ବାଜିଥିଲା। ଆଜି ସେ ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ଵ ନେଇଛନ୍ତି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook