Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମଣିପୁର ସାହସ ଓ ବୀରତ୍ୱର ଭୂମି: ମୋଦୀ

    Share on :
    ajab-Image
    Date: Sep 13, 2025    Views: 4190

    ନୂଆଦିଲ୍ଲୀ:  ମଣିପୁର ସାହସ ଓ ବୀରତ୍ୱର ଭୂମି । ମୁଁ ମଣିପୁରର ଲୋକମାନଙ୍କର ଉତ୍ସାହକୁ ସଲାମ କରୁଛି । ପ୍ରବଳ ବର୍ଷା ସତ୍ୱେ ଆପଣମାନେ ଏଠାକୁ ଆସିଥିବାରୁ ଧନ୍ୟବାଦ ଜଣାଉଛି । ମଣିପୁର ନାମରେ ‘ମଣି’ ଶଦ୍ଦ ରହିଛି । ‘ମଣି’ ଭବିଷ୍ୟତରେ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳକୁ ଉଜ୍ଜ୍ୱଳ କରିବାର ପ୍ରତୀକ । ସରକାର ମଣିପୁରକୁ ବିକାଶର ପଥରେ ଆଗେଇ ନେବାକୁ ଚେଷ୍ଟା କରୁଛନ୍ତି । ଏଥିପାଇଁ ୭ହଜାର କୋଟି ଟଙ୍କାର ପ୍ରକଳ୍ପଗୁଡିକର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ୨୦୨୩ ମସିହା ମଣିପୁର ହିଂସାକାଣ୍ଡ ପରେ ପ୍ରଥମ କରି ଆଜି ମଣିପୁର ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ମଣିପୁର ସାମ୍ପ୍ରଦାୟିକ ହିଂସାରେ ସର୍ବାଧିକ କ୍ଷତିଗ୍ରସ୍ତ ଚୁଡାଚନ୍ଦ୍ରପୁର ଜିଲାରେ ୭ହଜାର ୩ଶହ କୋଟିର ଟଙ୍କାର ପ୍ରକଳ୍ପ ଉଦଘାଟନ କରିଛନ୍ତି ମୋଦୀ । ଏହି ଅବସରରେ ମୋଦୀ ଏକ ଜନସଭାକୁ ସମ୍ବୋଧନ କରି କହିଛନ୍ତି ଯେମଣିପୁର ଏକ ସୀମାନ୍ତ ରାଜ୍ୟ, ଏଠାକୁ ଯୋଗାଯୋଗ ସବୁବେଳେ ଏକ ଚ୍ୟାଲେଞ୍ଜ । ମୁଁ ମୋଦୀ କହିଛନ୍ତି ଯେ ମୁଁ ଭଲଭାବେ ବୁଝୁଛି ଯେ ଭଲ ରାସ୍ତାର ଅଭାବ ହେତୁ ଆପଣମାନେ ଅନେକ ଅସୁବିଧାରେ ପଡୁଛନ୍ତି । ମଣିପୁରରେ ରାସ୍ତା ଓ ରେଳପଥ ନିର୍ମାଣ ପାଇଁ ବଜେଟ୍‍ ବୃଦ୍ଧି କରାଯାଇଛି । ଗାଁ ଗୁଡିକୁ ରାସ୍ତା ସହିତ ସଂଯୋଗ କରିବା ପାଇଁ ପ୍ରୟାସ କରାଯାଇଛି । ମଣିପୁରରେ ଜାତୀୟ ରାଜପଥ ନିର୍ମାଣ ପାଇଁ ୩ହଜାର ୭ଶହ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଆଉ ନୂଆ ରାଜପଥ ନିର୍ମାଣ ଲାଗି ୮ହଜାର ୭୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଉଛି । ୭-୮ବର୍ଷ ପୂର୍ବେ ମାତ୍ର ୨୫-୩୦ହଜାର ଘରେ ପାଇପ୍‍ ଜଳ ପହଞ୍ଚୁଥିଲା । ଆଜି କିନ୍ତୁ ୩.୫ଲକ୍ଷରୁ ଅଧିକ ଘରେ ନଳରୁ ଜଳ ଯୋଗାଣର ସୁବିଧା ମିଳୁଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook