ମୁଖ୍ୟ ଖବର
ନୂଆଦିଲ୍ଲୀ : ଭାରତ ଉପରେ ଟାରିଫ୍ ପରେ ଟାରିଫ୍। ତଥାପି ଶାନ୍ତ ପଡ଼ୁନି ଟ୍ରମ୍ପଙ୍କ ମନ। ଆହୁରି ଶୁଳ୍କ ଲଦିବା ପ୍ରସ୍ତୁତିରେ ଆମେରିକା। ଭାରତ ଓ ଚୀନ ବିରୋଧରେ ବଡ଼ ଷଡ଼ଯନ୍ତ୍ର। ୟୁରୋପୀୟ ସଙ୍ଘ ପରେ ଏବେ G7 ଦେଶକୁ ଉସକାଉଛନ୍ତି ଆମେରିକା ରାଷ୍ଟ୍ରପତି। ନୂଆଦିଲ୍ଲୀ ଓ ବେଜିଂ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଦିବାକୁ ପ୍ରସ୍ତାବ ଦଉଛି ୱାଶିଂଟନ୍। ଭାରତ ଓ ଚୀନ ବିରୋଧରେ ବାନ୍ଧୁଛନ୍ତି ମେଳି। ଭାରତ ଉପରେ ଏତେ ଆକ୍ରୋଶ କାହିଁକି ? କେଉଁ ଜନ୍ମର ରାଗ ଶୁଝାଉଛନ୍ତ ଟ୍ରମ୍ପ ?
ଟ୍ରମ୍ପଙ୍କ ଟାରିଫ୍ ୱାର୍ ଭିତରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଟ୍ରମ୍ପ ଭାରତ ଓ ଚୀନ ବିରୋଧରେ ୟୁରୋପୀୟ ସଙ୍ଘ ଓ G7 ଦେଶର ନେତାଙ୍କୁ ମତୋଉଛନ୍ତି। ଭାରତ ଓ ଚୀନ ଉପରେ ୫୦ ରୁ ୧୦୦ ପ୍ରତିଶତ ଟାରିଫ୍ ଲଦିବାକୁ ଉସକାଉଛନ୍ତି। ଫାଇନାନସିଆଲ୍ ଟାଇମ୍ସର ରିପୋର୍ଟ ଅନୁସାରେ, ଶୁକ୍ରବାର କାନାଡା, ଫ୍ରାନ୍ସ, ଆମେରିକା, ଜାପାନ, ଇଟାଲି, ବ୍ରିଟେନ, ଓ ଜର୍ମାନୀ ଭିଡିଓ କନଫରେନ୍ସିଂରେ ବୈଠକ କରିବେ। G7 ଦେଶର ଅର୍ଥମନ୍ତ୍ରୀ ଏକଜୁଟ ହେବେ।
ସୂଚନା ଥାଉକି, କିଛି ଦିନ ପୂର୍ବରୁ ଆମେରିକା ୟୁରୋପୀୟ ସଙ୍ଘକୁ ଋଷ ଠାରୁ ତେଲ କିଣିବା ନେଇ ଭାରତ ଓ ଚୀନ ଉପରେ ୧୦୦ ପ୍ରତିଶତ ଟାରିଫ୍ ଲଗାଇବାକୁ ଅପିଲ୍ କରିଥିଲା। ଏହାଦ୍ଵାରା ପୁଟିନଙ୍କ ଉପରେ ଚାପ ପଡ଼ିବ ବୋଲି ଟ୍ରମ୍ପ କହିଥିଲେ। ତେବେ ୟୁରୋପୀୟ ସଙ୍ଘ ଟ୍ରମ୍ପଙ୍କ ପ୍ରସ୍ତାବରେ ସହମତ ହୋଇନଥିଲା। ଏହା ବଦଳରେ EU ୨୦୨୭ ଯାଏଁ ଋଷର ଶକ୍ତି ଉପରେ ନିର୍ଭରଶୀଳତା ଶେଷ କରିବା ଏବଂ ନୂଆ କଟକଣା ଲାଗୁ କରିବା ସପକ୍ଷରେ ଅଛି।
Comments ସମସ୍ତ ମତାମତ 0