ମୁଖ୍ୟ ଖବର
ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ମହାରାଷ୍ଟ୍ର ରାଜ୍ୟପାଳ ପଦରୁ ଇସ୍ତଫା ଦେଇଛନ୍ତି ସିପି ରାଧାକୃଷ୍ଣନ୍ । ରାଷ୍ଟ୍ରପତି ଗୁଜୁରାଟର ରାଜ୍ୟପାଳ ଆଚାର୍ଯ୍ୟ ଦେବବ୍ରତଙ୍କୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ଅତିରିକ୍ତ କାର୍ଯ୍ୟଭାର ଦେଇଛନ୍ତି । ଆଚାର୍ଯ୍ୟ ଦେବବ୍ରତ ନିଜର ଗୁଜୁରାଟ ଦାୟୀତ୍ବ ସହ ମହାରାଷ୍ଟ୍ର ରାଜ୍ୟପାଳଙ୍କ କାର୍ଯ୍ୟଭାର ମଧ୍ୟ ସମ୍ଭାଳିବେ ।ସେପ୍ଟେମ୍ବର ୧୨ରେ ସିପି ରାଧାକୃଷ୍ଣନ୍ ଙ୍କ ଶପଥ ଗ୍ରହଣ ହେବ। ରାଷ୍ଟ୍ରପତି ଭବନ ପକ୍ଷରୁ ଏହି ସୂଚନା ଦିଆଯାଇଛି।ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ଙ୍କୁ ୪୫୨ ଖଣ୍ଡ ଭୋଟ ମିଳିଥିଲା। ଏହି ବିଜୟ ସହିତ ରାଧାକୃଷ୍ଣନ୍ ଏବେ ଦେଶର ଉପରାଷ୍ଟ୍ରପତିଙ୍କ କାର୍ଯ୍ୟଭାର ସମ୍ଭାଳିବେ।ମଙ୍ଗଳବାର ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନୂଆଦିଲ୍ଲୀର ନୂତନ ସଂସଦ ଭବନରେ ନୂତନ ଉପରାଷ୍ଟ୍ରପତି ପାଇଁ ଭୋଟ୍ ଗ୍ରହଣ କରାଯାଇଥିଲା। ଏହା ପରେ ଭୋଟ୍ ଗଣନା କରାଯାଇଥିଲା, ଯେଉଁଥିରେ ସିପି ରାଧାକୃଷ୍ଣନ୍ ବିଜୟୀ ହୋଇଥିଲେ। ଭାରତର ଉପରାଷ୍ଟ୍ରପତି ପଦ ପାଇଁ NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ ଏବଂ ଇଣ୍ଡିଆ ବ୍ଲକ୍ ପ୍ରାର୍ଥୀ ବି ସୁଦର୍ଶନ ରେଡ୍ଡୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ସୁଦର୍ଶନ ରେଡ୍ଡୀ ପୂର୍ବତନ ସୁପ୍ରିମକୋର୍ଟ ବିଚାରପତି।
ନିର୍ବାଚନ କମିଶନଙ୍କ ଅନୁଯାୟୀ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ମୋଟ ଭୋଟରଙ୍କ ସଂଖ୍ୟା ୭୮୮ ଥିଲା। ୭ଟି ପଦବୀ ଖାଲି ଥିବାରୁ, ପ୍ରଭାବଶାଳୀ ଭୋଟର୍ ସଂଖ୍ୟା ୭୮୧ ଥିଲା। ମଙ୍ଗଳବାର ଅନୁଷ୍ଠିତ ଭୋଟରେ ୭୬୮ ଜଣ ସାଂସଦ ସେମାନଙ୍କର ଭୋଟ୍ ଦେଇଥିଲେ, ଯେତେବେଳେ ୧୩ ଜଣ ସଦସ୍ୟ ଅନୁପସ୍ଥିତ ଥିଲେ। NDA ପ୍ରାର୍ଥୀ ସିପି ରାଧାକୃଷ୍ଣନ୍ ୪୫୨ ଭୋଟ୍ ପାଇଥିଲେ ଯେତେବେଳେ ବିରୋଧୀ 'ଇଣ୍ଡିଆ' ବ୍ଲକର ମିଳିତ ପ୍ରାର୍ଥୀ ବି. ସୁଦର୍ଶନ ରେଡ୍ଡୀଙ୍କୁ ୩୦୦ ଭୋଟ୍ ମିଳିଥିଲା।ସିପି ରାଧାକୃଷ୍ଣନ ୩୧ ଜୁଲାଇ ୨୦୨୪ରେ ମହାରାଷ୍ଟ୍ରର ରାଜ୍ୟପାଳ ଭାବରେ ଶପଥ ଗ୍ରହଣ କରିଥିଲେ।
Comments ସମସ୍ତ ମତାମତ 0