ମୁଖ୍ୟ ଖବର
ମୁମ୍ବାଇ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏସିଆ କପ୍ ୨୦୨୫ ମ୍ୟାଚ୍ ଆରମ୍ଭ ହେବା ପୂର୍ବରୁ ବିରୋଧର ସାମ୍ନାକୁ କରୁଛି। ଏହାକୁ ବିଭିନ୍ନ ମହଲରେ ବିରୋଧ କରାଯାଉଥିବା ଦେଖାଯାଇଛି। ପହଲଗାମ୍ରେ ଆତଙ୍କୀ ଆକ୍ରମଣ ପରେ ବି ସରକାର କାହିଁକି ଭାରତ-ପାକ୍ ମ୍ୟାଚ୍ ପାଇଁ ଅନୁମତି ଦେଉଛନ୍ତି, ସେନେଇ ବିବାଦ ଆରମ୍ଭ ହୋଇଛି। ପୂର୍ବରୁ ଦେଶର ଜନତା ବଏକଟ୍ବିସିସିଆଇ ଟ୍ରେଣ୍ଡ ଚଲାଇଥିବା ବେଳେ ଏବେ ଶିବସେନା (ୟୁବିଟି) ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ସରକାରଙ୍କୁ ଘେରିଛନ୍ତି। ୧୪ ସେପ୍ଟେମ୍ବରରେ ହେବାକୁ ଥିବା ଏସିଆ କପ୍ ମ୍ୟାଚ୍ ପୂର୍ବରୁ ସେ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବା ଦେଶଦ୍ରୋହ ବୋଲି କହିଛନ୍ତି।ସଞ୍ଜୟ ରାଉତ କହିଛନ୍ତି ଯେ, ଦେଖନ୍ତୁ, କଥା ହେଉଛି ଏବେ ବି ଅପରେସନ ସିନ୍ଦୂର ଚାଲିଛି। ପହଲଗାମରେ ଆମର ୨୬ ମା' ଏବଂ ଭଉଣୀଙ୍କ ସିନ୍ଦୂର ପୋଛିଦିଆଗଲା। ସେମାନଙ୍କର ଯନ୍ତ୍ରଣା, କ୍ରୋଧ ଏବଂ ଦୁଃଖ ଏପର୍ୟ୍ୟନ୍ତ କମ ହୋଇନାହିଁ। ଆଜି ବି ସେମାନେ ନିଜ ସ୍ବାମୀ-ପିଲାଙ୍କୁ ହରାଇବାର ଦୁଃଖରୁ ବାହାରିପାରିନାହାନ୍ତି। ଆଉ ଆପଣ ପାକିସ୍ତାନ ସହିତ ମ୍ୟାଚ୍ ଖେଳିବା କଥା କହୁଛନ୍ତି, ଏହା ନିର୍ଲଜ୍ଜତା। ମୋର ପ୍ରଶ୍ନ ହେଉଛି ବିଜେପି, ସରକାର, ବିଶ୍ୱ ହିନ୍ଦୁ ପରିଷଦ, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ, ବଜରଙ୍ଗ ଦଳକୁ। ଏହି ପ୍ରସଙ୍ଗକୁ ନେଇ ସେମାନଙ୍କର କୌଣସି ଭୂମିକା ଅଛି କି ନାହିଁ। ସରକାର କହିଥିଲେ ଯେ, ପାଣି ଏବଂ ରକ୍ତ ଏକାଠି ପ୍ରବାହିତ ହେବ ନାହିଁ, ତେବେ ରକ୍ତ ଏବଂ କ୍ରିକେଟରମାନେ ଏକାସାଙ୍ଗରେ କିପରି ଆଗକୁ ଯିବେ? ଶିବସେନା (ୟୁବିଟି) ସହିତ ଜଡିତ ଲୋକମାନେ ଏହି ମ୍ୟାଚ୍ ବିରୋଧରେ ପ୍ରତିବାଦ କରିବାକୁ ରାସ୍ତାକୁ ଓହ୍ଲାଇବେ। ସାରା ଦେଶରେ ସିନ୍ଦୂର ରକ୍ଷା ଅଭିଯାନ ଚାଲିବ।
Comments ସମସ୍ତ ମତାମତ 0