Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାହୁଲଙ୍କ ‘ଭୋଟ ଚୋରି’ ଅଭିଯୋଗକୁ ନେଇ ଦାୟର ପିଆଇଏଲ୍ ଅଗ୍ରାହ୍ୟ

    Share on :
    ajab-Image
    Date: Sep 11, 2025    Views: 4036

    ମାଡ୍ରାସ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଭୋଟ ଚୋରି’ ଅଭିଯୋଗକୁ ନେଇ ଦାୟର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ ମାଡ୍ରାସ ହାଇକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି। ଏହା ସହିତ ଆବେଦନକାରୀଙ୍କ ଉପରେ ଏକଲକ୍ଷ ଟଙ୍କା ଜୋରିମାନା ଧାର୍ୟ୍ୟ କରିଛନ୍ତି। ଜୋରିମାନା ଅର୍ଥ ତାମିଲନାଡୁ ରାଜ୍ୟ ଲିଗାଲ ସର୍ଭିସ କର୍ତ୍ତୃପକ୍ଷଙ୍କ ନିକଟରେ ଜମା କରିବାକୁ କୁହାଯାଇଛି। ଆବେଦନକାରୀ ରାହୁଲଙ୍କ ଭୋଟ ଚୋରି ଅଭିଯୋଗ ଉପରେ ନିର୍ବାଚନ ଆୟୋଗଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡିଥିଲେ। ଏଥିପାଇଁ ସେ ଅଦାଲତଙ୍କ ହସ୍ତକ୍ଷେପ ଲୋଡିଥିଲେ। ଅଗଷ୍ଟ ୭ରେ ରାହୁଲ ଗାନ୍ଧୀ ଅଭିଯୋଗ କରିଥିଲେ ଯେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଫାଇଦା ଦେବା ଲାଗି ନିର୍ବାଚନ ଆୟୋଗ ମତଦାନ ପ୍ରକ୍ରିୟାରେ ଅନିୟମିତତା କରିଥିଲେ। ଏପରି କି କର୍ଣ୍ଣାଟକ ମହାଦେବପୁର ନିର୍ବାଚନ ମଣ୍ଡଳୀରେ ୧ଲକ୍ଷରୁ ଅଧିକ ଭୋଟ ଜାଲିଆତି କରାଯାଇଥିବା ନେଇ ସେ ଅଭିଯୋଗ କରିଥିଲେ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook