ମୁଖ୍ୟ ଖବର
ନୂଆଦିଲ୍ଲୀ: ଏସିଆ କପ୍ ଟି-୨୦ ଟୁର୍ଣ୍ଣାମେଣ୍ଟରେ ସେପ୍ଟେମ୍ବର ୧୪ରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ ବାତିଲ କରିବା ପାଇଁ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାକୁ ତୁରନ୍ତ ତାଲିକାଭୁକ୍ତ କରିବାକୁ ସୁପ୍ରିମକୋର୍ଟ ମନା କରି ଦେଇଛନ୍ତି । ଗୁରୁବାର ଜଷ୍ଟିସ୍ ଜେ.କେ ମାହେଶ୍ୱରୀ ଏବଂ ଜଷ୍ଟିସ୍ ବିଜୟ ବିଷ୍ଣୋଇଙ୍କ ଖଣ୍ଡପୀଠରେ ଆବେଦନକୁ ଉଲ୍ଲେଖ କରି ଓକିଲ ଶୁକବ୍ରାର ଏହାକୁ ତାଲିକାଭୁକ୍ତ କରିବା ପାଇଁ ଅନୁରୋଧ କରିବା ସମୟରେ ଜଷ୍ଟିସ୍ ମାହେଶ୍ୱରୀ କହିଛନ୍ତି ଯେ ଏତେ ଶୀଘ୍ର କ’ଣ ପାଇଁ? ଏହା କେବଳ ଏକ ମ୍ୟାଚ୍, ଏହାକୁ ହେବାକୁ ଦିଅ ।
ସୂଚନା ଅନୁସାରେ ଯେତେବେଳେ ଓକିଲ କହିଥିଲେ ଯେ ରବିବାର ମ୍ୟାଚ ହେବାକୁ ଯାଉଛି, ଏହା ପୂର୍ବରୁ ଯଦି ଶୁକ୍ରବାର ତାଲିକାଭୁକ୍ତ ନହୁଏ, ତେବେ ଆବେଦନ ଅର୍ଥହୀନ ହୋଇଯିବ । ସେତେବେଳେ ଜଷ୍ଟିସ୍ ମାହେଶ୍ୱରୀ କହିଥିଲେ ଯେ ମ୍ୟାଚ୍ ଏହି ରବିବାର ଦିନ? ଆମେ ଏହା ସମ୍ପର୍କରେ କ’ଣ କରିପାରିବା? ରହିବାକୁ ଦିଅ, ମ୍ୟାଚ୍ ହେବା ଉଚିତ୍ । ଏହାପରେ ଓକିଲ ଅନୁରୋଧ କରି କହିଥିଲେ ଯେ ତାଙ୍କ ମାମଲା ଶକ୍ତିଶାଳୀ କି ଦୁର୍ବଳ, କିନ୍ତୁ ମାମଲା ଅତିକମରେ ତାଲିକାଭୁକ୍ତ ହେବା ଉଚିତ୍ । ହେଲେ କୋର୍ଟ ଆବେଦନକୁ ଖାରଜ କରି ଦେଇଛନ୍ତି । ଏଥିରେ କୁହାଯାଇଛି ଯେ ମ୍ୟାଚ୍ ହେବା ଉଚିତ । ଏହି ପିଆଇଏଲ୍ ବର୍ତ୍ତମାନ ଆଇନ ଅଧ୍ୟୟନ କରୁଥିବା ଚାରି ଜଣ ଆବେଦନକାରୀଙ୍କ ଦ୍ୱାରା ଦାୟର କରାଯାଇଛି ।
Comments ସମସ୍ତ ମତାମତ 0