Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଶୁକ୍ରବାର ଶପଥ ନେଇପାରନ୍ତି ରାଧାକ୍ରିଷ୍ଣନ୍‌

    Share on :
    ajab-Image
    Date: Sep 11, 2025    Views: 4164

    ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଥିବା ସିପି ରାଧାକ୍ରିଷ୍ଣନ୍‌ ସେପ୍ଟେମ୍ବର ୧୨ ଅର୍ଥାତ୍‌ ଆସନ୍ତା ଶୁକ୍ରବାର ଶପଥ ନେଇପାରନ୍ତି ।  ରାଷ୍ଟ୍ରପତି ଭବନରେ ଏକ ଆନୁଷ୍ଠାନିକ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇବେ । ସେହି ସମାରୋହରେ  ଏନ୍‌ଡିଏର ବରିଷ୍ଠ ନେତାମାନେ ସାମିଲ ହେବେ । ଏଥିସହ ରାଧାକ୍ରିଷ୍ଣନ୍‌ ଦେଶର  ୧୫ତମ ଉପରାଷ୍ଟ୍ରପତି ହେବାକୁ  ଯାଉଛନ୍ତି ।ମଙ୍ଗଳବାର ଅନୁଷ୍ଠିତ  ନିର୍ବାଚନରେ ଏନ୍‌ଡିଏ ପ୍ରାର୍ଥୀ  ରାଧାକ୍ରିଷ୍ଣନ୍‌ ‘ଇଣ୍ଡି’ ମେଣ୍ଟର ପ୍ରାର୍ଥୀ  ସୁଦର୍ଶନ ରେଡ୍ଡୀଙ୍କୁ ୧୫୨ ଖଣ୍ଡ  ଭୋଟ୍‌ ବ୍ୟବଧାନରେ ପରାଜିତ  କରିଥିଲେ । ରାଧାକ୍ରିଷ୍ଣନ୍‌ଙ୍କୁ ୪୫୨  ଖଣ୍ଡ ଭୋଟ୍‌ ମିଳିଥିବାବେଳେ  ରେଡ୍ଡୀଙ୍କୁ ୩୦୦ ଭୋଟ୍‌  ମିଳିଥିଲା । ୧୫ଟି ଭୋଟ୍‌କୁ  ନାକଚ କରାଯାଇଥିଲା । ସେପଟେ  ନିର୍ବାଚନରେ ଅତି କମ୍‌ରେ ୧୪  ଜଣ ବିରୋଧୀ ସାଂସଦ ଏନ୍‌ଡିଏ  ସପକ୍ଷରେ କ୍ରସ୍‌ ଭୋଟିଂ କରିଥିବା ଆକଳନ କରାଯାଉଛି । କାରଣ ଏନ୍‌ଡିଏ  ନିକଟରେ ୪୨୭ଜଣ ସାଂସଦ ଥିଲେ । ୱାଇଏସଆର୍‌ କଂଗ୍ରେସର ୧୧ଜଣ ସାଂସଦ  ଏନ୍‌ଡିଏକୁ ସମର୍ଥନ ଦେଇଥିଲେ । ଏହାକୁ ମିଶାଇ ଏନ୍‌ଡିଏର ମୋଟ ୪୩୮ ଖଣ୍ଡ  ଭୋଟ୍‌ ହେବା କଥା । କିନ୍ତୁ ରାଧାକ୍ରିଷ୍ଣନ୍‌ଙ୍କୁ ଅଧିକ ୧୪ ଖଣ୍ଡ ଅର୍ଥାତ୍‌ ୪୫୨ ଭୋଟ୍‌  ମିଳିଛି । ଏଭଳିସ୍ଥଳରେ ବିରୋଧୀ ଦଳ ପକ୍ଷରୁ ୧୪ଟି କ୍ରସ୍‌ ଭୋଟିଂ ହେବା ସହ  କିଛି ବିରୋଧୀ ସାଂସଦ ଜାଣିଶୁଣି ଅମାନ୍ୟ ଭୋଟ୍‌ ଦେଇଥିବା ବିଜେପି ଦାବି କରିଛି ।  ରାଧାକ୍ରିଷ୍ଣନ୍‌ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ୨  ଥର କୋଏମ୍ବାଟୁରରୁ ସାଂସଦ ହୋଇଥିଲେ । ଥରେ ତ ସେ କେନ୍ଦ୍ରମନ୍ତ୍ରୀ ହେବା ପକ୍କା  ଥିଲା । କିନ୍ତୁ ସମାନ ନାମ ନେଇ ଦଳୀୟ ପ୍ରବନ୍ଧକଙ୍କ ପକ୍ଷରୁ ତ୍ରୁଟି ହୋଇଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook