Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅକ୍ଟୋବରରୁ ସମଗ୍ର ଦେଶରେ ଏସଆଇଆର!

    Share on :
    ajab-Image
    Date: Sep 11, 2025    Views: 3940

    ନୂଆଦିଲ୍ଲୀ: ଭୋଟର ତାଲିକା ସଂଶୋଧକ ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ଆସନ୍ତାମାସରୁ ପୂରା ଦେଶରେ ଆରମ୍ଭ ହେବ। ଭାରତୀୟ ନିର୍ବାଚନ କମିଶନ ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ନିର୍ବାଚନ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଏହାର ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିବା ବେଳେ ପୂରା ଦେଶରେ ଏସଆଇଆର ଆରମ୍ଭ କରିବାକୁ ସବୁଜ ସଙ୍କେତ ମିଳିଥିବା ଜଣାପଡ଼ିଛି।

    ଭୋଟର ତାଲିକା ରିଭିଜନ କାର୍ୟ୍ୟକ୍ରମ ନିକଟରେ ବିହାରରେ ନିର୍ବାଚନ କମିଶନଙ୍କ ପକ୍ଷରୁ କରାଯାଇଥିଲା। ଆଗକୁ ବିହାରରେ ବିଧାନସଭା ନିର୍ବାଚନ ଥିବା ବେଳେ ଏସଆଇଆର କାର୍ୟ୍ୟକ୍ରମ ପରେ ଭୋଟର ତାଲିକା ପ୍ରସ୍ତୁତ କରାଯାଉଛି। ଏବେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ମଧ୍ୟ ଏସଆଇଆର କରିବାକୁ ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି।ସୂତ୍ର ଅନୁସାରେ, ବିହାର ନିର୍ବାଚନ ଶେଷ ହେବା ପୂର୍ବରୁ ହିଁ ବିଧିବଦ୍ଧ ଭାବେ ପୂରା ଦେଶରେ ହେବାକୁ ଥିବା ଏସ୍‌ଆଇଆର କାର୍ୟ୍ୟକ୍ରମର ତାରିଖ ଘୋଷଣା କରାଯିବ। ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ନିର୍ବାଚନ ଅଧିକାରୀମାନଙ୍କୁ ବୈଠକରେ ନିର୍ବାଚନ କମିଶନ କେବେ ସୁଦ୍ଧା ଏସଆଇଆର ଆରମ୍ଭ କରିବାକୁ ସେମାନେ ପ୍ରସ୍ତୁତ ହୋଇପାରିବେ ବୋଲି ପଚାରିଥିଲେ। ଅଧିକାଂଶ ଅଧିକାରୀ ସେପ୍ଟେମ୍ବର ଶେଷ ସୁଦ୍ଧା ତୃଣମୂଳସ୍ତରରେ ଆବଶ୍ୟକ କାମ ଶେଷ ହୋଇଯିବ ବୋଲି ମତ ରଖିଥିଲେ। ତେଣୁ ଅକ୍ଟୋବର ଆରମ୍ଭରୁ ପୂରା ଦେଶରେ ଏସଆଇଆର ଆରମ୍ଭ ହେବାର ସମ୍ଭାବନା ରହିଛି।

    ଦୀର୍ଘ ସମୟ ଧରି ଚାଲିଥିବା ବୈଠକର ଫୋକସ ସଂପୂର୍ଣ୍ଣ ଭାବେ ଏସଆଇଆର ଉପରେ ରହିଥିଲା। ଭୋଟରଙ୍କୁ ଚିହ୍ନଟ ପାଇଁ କେଉଁ ସବୁ ଦସ୍ତାବିଜ ଦରକାର ତା’ର ଗୋଟିଏ ତାଲିକା ପ୍ରସ୍ତୁତ କରିବାକୁ ସିଇଓମାନଙ୍କୁ କୁହାଯାଇଛି। ଦସ୍ତାବିଜ ସ୍ଥାନୀୟ ଅଞ୍ଚଳରେ ଗ୍ରହଣୀୟ ହେଉଥିବ ଓ ଏହାକୁ ଉପଲବ୍ଧ ହେଉଥିବା ପ୍ରମାଣପତ୍ର ଉପରେ ଫୋକସ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook