Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜେଲ୍‌ରେ ବିଷ ଦେବାକୁ ନିବେଦନ କଲେ ଦର୍ଶନ

    Share on :
    ajab-Image
    Date: Sep 10, 2025    Views: 4124

    ବେଙ୍ଗାଲୁରୁ : ରେଣୁକାସ୍ୱାମୀ ହତ୍ୟାକାଣ୍ଡ ମାମଲାରେ କନ୍ନଡ଼ ଅଭିନେତା ଦର୍ଶନ ଏବେ ଜେଲ୍‌ରେ ବନ୍ଦୀ ଅଛନ୍ତି। ଜେଲ୍‌ରେ ତାଙ୍କୁ ବିଷ ଦେବାକୁ ସେ ନିବେଦନ କରିଛନ୍ତି । ଦର୍ଶନ ମଙ୍ଗଳବାର ୬୪ତମ ସିଟି ସିଭିଲ୍‌ ଆଣ୍ଡ ସେସନ୍ସ କୋର୍ଟରେ ଭିଡିଓ କନଫରେନ୍ସିଂ ଜରିଆରେ ହାଜର ହୋଇଥିଲେ । ମାମଲାର ଶୁଣାଣି ସମୟରେ ଜେଲ୍‌ ଭିତରର ପରିସ୍ଥିତିକୁ ସହ୍ୟ କରିବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ ବୋଲି ସେ ପ୍ରକାଶ କରିଥିଲେ । ଦର୍ଶନ କହିଥିଲେ, ତାଙ୍କ ହାତରେ ଫଙ୍ଗସ୍‌ ଲାଗି ଯାଇଛି । ପୋଷାକ ଗନ୍ଧଉଛି । ଦୀର୍ଘଦିନ ହେଲା ସେ ସୂର୍ୟ୍ୟକିରଣ ଦେଖିନାହାନ୍ତି । ଏଭଳି ଭାବେ ବଞ୍ଚି ହେବ ନାହିଁ । ଏହି ଜୀବନ ତାଙ୍କ ପାଇଁ ଅସହ୍ୟ ହୋଇ ପଡି଼ଥିବାବେଳେ ବିଷ ଦେବାକୁ ସେ ନିବେଦନ କରିଥିଲେ। ଏହାପରେ ବିଚାରପତି କହିଥିଲେ, ଏଭଳି ନିର୍ଦ୍ଦେଶ ଦେବା ତାଙ୍କ ପକ୍ଷେ ସମ୍ଭବପର ନୁହେଁ । କୋର୍ଟ ମାମଲାର ଶୁଣାଣିକୁ ସେପ୍ଟେମ୍ବର ୧୯ ଯାଏ ସ୍ଥଗିତ ରଖିଛନ୍ତି।

    ସୂଚନା ଥାଉକି, କନ୍ନଡ଼ ଅଭିନେତା ଦର୍ଶନ ନିଜର ଜଣେ ପ୍ରଶଂସକ ରେଣୁକାସ୍ୱାମୀଙ୍କ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ଗତବର୍ଷ ଜୁନ୍‌ ମାସରେ ଗିରଫ ହୋଇଥିଲେ। ରେଣୁକାସ୍ୱାମୀ ଦର୍ଶନଙ୍କ ବାନ୍ଧବୀ ଅଭିନେତ୍ରୀ ପବିତ୍ରା ଗୌଡ଼ାଙ୍କୁ ଅଶ୍ଳୀଳ ମେସେଜ୍‌ ପଠାଇଥିଲେ । ସେଥିଯୋଗୁ ଉତ୍‌କ୍ଷିପ୍ତ ହୋଇ ଦର୍ଶନ ତାଙ୍କୁ ଅପହରଣ କରିବା ସହିତ ହତ୍ୟାକରି ଡ୍ରେନ୍‌ରେ ଫିଙ୍ଗି ଦେଇଥିଲେ । କର୍ଣ୍ଣାଟକ ହାଇକୋର୍ଟ ଏହି ମାମଲାରେ ଗତବର୍ଷ ଡିସେମ୍ବରରେ ତାଙ୍କୁ ଜାମିନ ପ୍ରଦାନ କରିଥିଲେ । କିନ୍ତୁ ସେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଆଶଙ୍କାରେ ସୁପ୍ରିମକୋର୍ଟ ଚଳିତବର୍ଷ ଅଗଷ୍ଟ ୧୪ରେ ତାଙ୍କ ଜାମିନକୁ ଖାରଜ କରିଦେଇଥିଲେ । ଏଥିସହ ଜେଲ୍‌ରେ ତାଙ୍କୁ କୌଣସି ପ୍ରକାର ସ୍ୱତନ୍ତ୍ର ସୁବିଧା ଦେବାକୁ ମନା କରିଥିଲେ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook