Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଓଲିଙ୍କ ଘର ଜାଳି ଦେଲେ ବିକ୍ଷୋଭକାରୀ

    Share on :
    ajab-Image
    Date: Sep 9, 2025    Views: 4043

    ନୂଆଦିଲ୍ଲୀ: ନେପାଳ ଏବେ ଜଳୁଛି । ଅଶାନ୍ତ ହୋଇପଡ଼ିଛି ନେପାଳ । ସବୁଠି ପୋଡ଼ାଜଳା,  ହିଂସାକାଣ୍ଡ ଓ ବିକ୍ଷୋଭ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନେପାଳ ପ୍ରଧାନମନ୍ତ୍ରୀ  କେ ପି ଶର୍ମା ଓଲିଙ୍କ ଘର ଜାଳିଦେଇଛନ୍ତି ବିକ୍ଷୋଭକାରୀ । ଏହାଛଡ଼ା ନେପାଳୀ କଂଗ୍ରେସ ସଭାପତି ଶେର ବାହାଦୁର ଦୁଏବାଙ୍କ ଘରେ ବି ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଛନ୍ତି । 

    ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିବାର ନା ନେଉନି । ଏହାରି ଭିତରେ ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ତଥାପି ହିଂସା ଥମିନାହିଁ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳୁଛି । ନେପାଳ ସରକାର ଫେସବୁକ୍‍, ହ୍ୱାଟ୍ସଆପ୍‍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍‍ ଉପରେ ରୋକ୍‍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପୀଢି । ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ ପୁଲିସକୁ ଲୁହ ବୁହା ଗ୍ୟାସ୍‍ ସେଲ୍‍ ଫୁଟାଇବାକୁ ପଡିଥିଲା । ଆଜି ମଧ୍ୟ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ଥଫା ଦାବି କରିଥିଲେ ।ତାହା ପରେ ନେପାଳ ପ୍ରଧାନମନ୍ତ୍ରୀ ଆଜି ଇସ୍ତଫା ଦେଇଛନ୍ତି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook