ମୁଖ୍ୟ ଖବର
ନୂଆଦିଲ୍ଲୀ: ନେପାଳ ଏବେ ଜଳୁଛି । ଅଶାନ୍ତ ହୋଇପଡ଼ିଛି ନେପାଳ । ସବୁଠି ପୋଡ଼ାଜଳା, ହିଂସାକାଣ୍ଡ ଓ ବିକ୍ଷୋଭ । ତେବେ ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନେପାଳ ପ୍ରଧାନମନ୍ତ୍ରୀ କେ ପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି ।
ସୋସିଆଲ ମିଡ଼ିଆ ଉପରେ ପ୍ରତିବନ୍ଧକ ହଟିବା ପରେ ବି ନେପାଳରେ ହିଂସା ଥମିବାର ନା ନେଉନି । ଏହାରି ଭିତରେ ନେପାଳ ସରକାରଙ୍କ ୩ଜଣ ମନ୍ତ୍ରୀ ଇସ୍ତଫା ଦେଇସାରିଲେଣି । ତଥାପି ହିଂସା ଥମିନାହିଁ । ଆଜି ବି ରାଜଧାନୀ କାଠମାଣ୍ଡୁ ଜଳୁଛି । ନେପାଳ ସରକାର ଫେସବୁକ୍, ହ୍ୱାଟ୍ସଆପ୍, ଇନଷ୍ଟାଗ୍ରାମ ଭଳି ସୋସିଆଲ ମିଡ଼ିଆ ଆପ୍ ଉପରେ ରୋକ୍ ଲଗାଇବାରୁ ଏହାକୁ ବିରୋଧ କରି ପ୍ରତିବାଦ କରିଥିଲେ ଯୁବପୀଢି । ପ୍ରତିବାଦ ଏତେ ହିଂସାତ୍ମକ ହୋଇଗଲା ଯେ ପୁଲିସକୁ ଲୁହ ବୁହା ଗ୍ୟାସ୍ ସେଲ୍ ଫୁଟାଇବାକୁ ପଡିଥିଲା । ଆଜି ମଧ୍ୟ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ରାସ୍ତାକୁ ଓହ୍ଲାଇ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ଥଫା ଦାବି କରିଥିଲେ ।
ନେପାଳରେ ରହୁଥିବା ଭାରତୀୟ ନାଗରିକଙ୍କ ସମ୍ପର୍କରେ ଏକ ସତର୍କତା ଜାରି କରାଯାଇଛି । ନେପାଳ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ପଦକ୍ଷେପ ଏବଂ ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି ।
Comments ସମସ୍ତ ମତାମତ 0