Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ମୁଁ ଟ୍ରମ୍ପଙ୍କ ଭାବନାନକୁ ପୂର୍ଣ୍ଣ ସମର୍ଥନ କରୁଛି- ମୋଦୀ

    Share on :
    ajab-Image
    Date: Sep 6, 2025    Views: 4160

     ନୂଆଦିଲ୍ଲୀ: ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଲଗାତାର ବିଗିଡିବାରେ ଲାଗିଛି । ଏହାରି ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନିଜର ଭଲ ବନ୍ଧୁ ବୋଲି କହିଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଏହା ମନେ ହେଉଛି ଯେ ଆମେ ଭାରତ ଏବଂ ରୁଷକୁ ହରାଇ ଦେଇଛୁ । ତେବେ ଭାରତ, ରୁଷ ଓ ଚାଇନାର ବନ୍ଧୁତା ଦୀର୍ଘଜୀବି ଏବଂ ସମୃଦ୍ଧ ହେଉ ବୋଲି ଟ୍ରମ୍ପ କହିଛନ୍ତି । ଭାରତ-ଆମେରିକା ସମ୍ପର୍କ ଉପରେ ଟ୍ରମ୍ପଙ୍କ ବୟାନ ପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରତିକ୍ରିୟା ଦେଇଛନ୍ତି ।

    ଏକ୍ସରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ‘ମୁଁ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ଗଭୀର ଭାବରେ ପ୍ରଶଂସା ଏବଂ ପୂର୍ଣ୍ଣ ସମର୍ଥନ କରୁଛି । ଭାରତ ଏବଂ ଆମେରିକା ମଧ୍ୟରେ ଏକ ଅତ୍ୟନ୍ତ ସକାରାତ୍ମକ ଏବଂ ଦୂର ଦୃଷ୍ଟି ସମ୍ପନ୍ନ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ରହିଛି ।
    ପୂର୍ବରୁ ହ୍ୱାଇଟ୍‍ ହାଉସରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କ ଉପରେ କହିଥିଲେ ଯେ ମୁଁ ସବୁବେଳେ ମୋଦୀଙ୍କ ସହିତ ବନ୍ଧୁ ହୋଇ ରହିବି, ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ଭାରତ ଏବଂ ଆମେରିକା ମଧ୍ୟରେ ଏକ ବିଶେଷ ସମ୍ପର୍କ ରହିଛି । ଚିନ୍ତା କରିବାର କିଛି ନାହିଁ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook