Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଜାତିସଂଘ ସାଧାରଣ ପରିଷଦ ବୈଠକରେ ସାମିଲ ହେବେ ନାହିଁ ମୋଦୀ

    Share on :
    ajab-Image
    Date: Sep 6, 2025    Views: 4207

    ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଏବଂ ତାଙ୍କ ଅଧିକାରୀଙ୍କ ନିରନ୍ତର ବୟାନ ଭାରତ ସହିତ ସମ୍ପର୍କକୁ ଆହୁରି ଖରାପ କରୁଛି । ଆମେରିକା ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ସେ ଭାରତ ଏବଂ ରୁଷକୁ ହରାଇ ସାରିଛନ୍ତି । ଏହାସହିତ ସେ କ୍ୱାଡ ବୈଠକରେ ଯୋଗଦେବା ପାଇଁ ଭାରତ ଆସିବାର ଥିଲା, କିନ୍ତୁ ରିପୋର୍ଟ ଅନୁସାରେ ଟ୍ରମ୍ପଙ୍କର ଏପରି କୌଣସି ଯୋଜନା ନାହିଁ । ଏହି ସମୟରେ ଏବେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବାର କାର୍ୟ୍ୟକ୍ରମ ଥିଲା, କିନ୍ତୁ ଏବେ ସେ ଏଥିରେ ଯୋଗ ଦେବେ ନାହିଁ । ବୈଦେଶିକ ମନ୍ତ୍ରୀ ଏସ୍‍.ଜୟଶଙ୍କର ଏହି ଅଧିବେଶନରେ ଯୋଗ ଦେବେ ।
    ଭାରତ ଓ ଆମେରିକା ସମ୍ପର୍କରେ ତିକ୍ତତା ଆସିବା ସମୟରେ ଭାରତ ଏହି ନିଷ୍ପତ୍ତି ନେଇଛି । ୟୁକ୍ରେନ ଯୁଦ୍ଧ ସମୟରେ ରୁଷରୁ ତେଲ କିଣିବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ପ୍ରତିଶତ ଶୁଳ୍କ ଲଗାଇଥିଲେ, ଆଉ ୨୫ପ୍ରତିଶତ ଅତିରିକ୍ତ ଶୁଳ୍କ ସହିତ ଭାରତ ଉପରେ ମୋଟ ଶୁଳ୍କ ୫୦ପ୍ରତିଶତ ଶୁଳ୍କ ଲାଗୁ ହୋଇଛି । ସେବେଠାରୁ ଦୁଇ ଦେଶ ମଧ୍ୟରେ ସମ୍ପକ ଖରାପ ହେବାରେ ଲାଗିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook