ମୁଖ୍ୟ ଖବର
ଭୁବନେଶ୍ବର : କୃଷି କାର୍ୟ୍ୟରେ ସାର ବ୍ୟବହାର ନ କରିବାକୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି। ଶ୍ରୀ ସିଂହଦେଓ କହିଛନ୍ତି ଯେ, ବିଦେଶରେ ବିନା ସାର ବ୍ୟବହାର କରି ଉତ୍ପାଦିତ ହେଉଥିବା ଫସଲର ଅଧିକ ଚାହିଦା ରହିଛି। ଚାଷୀ ଆୟ ଅଧିକ ବଢ଼ାଇବା ପାଇଁ ଆମକୁ କମ୍ ସାର ବ୍ୟବହାର ଉପରେ ଦୃଷ୍ଟି ଦେବାକୁ ପଡ଼ିବ। ଆମେ ୮୦୦ ଟଙ୍କା ଇନ୍ପୁଟ ସହାୟତା ଦେବା ଆରମ୍ଭ କରିବା ପରେ ଚାଷୀ ଉତ୍ପାଦନ ବଢ଼ାଇବାକୁ ଅଧିକ ସାର ଦାବି କରୁଛନ୍ତି। ତେବେ ଜୈବିକ ପ୍ରଣାଳୀରେ ଚାଷ କଲେ ଉତ୍ପାଦନରେ ବ୍ୟବଧାନ ୨ରୁ ୩% ରହିପାରେ। ସାର ବ୍ୟବହାର ଦ୍ୱାରା ମାଟିର ଉର୍ବରତା କମିଯାଉଛି। ଚାଷୀମାନେ ସାରର ପ୍ରୟୋଗ କମ୍ କରିବା ଉଚିତ୍। ଜୈବିକ ଚାଷ ଉପରେ ଚାଷୀ ଗୁରୁତ୍ବ ଦିଅନ୍ତୁ। ସାର ଅଭାବ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖାଯାଇଥିଲା। ଏହାପରେ କେନ୍ଦ୍ର ସରକାର କିଛି ସାର ପଠାଇଛନ୍ତି।
Comments ସମସ୍ତ ମତାମତ 0