Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସଡ଼କ ଦୁର୍ଘଟଣା :୮ ମୃତ

    Share on :
    ajab-Image
    Date: Aug 25, 2025    Views: 4603

    ଲକ୍ଷ୍ନୌ:  ଉତ୍ତରପ୍ରଦେଶ ବୁଲନ୍ଦଶହରରେ ଆଜି ଏକ ଭୀଷଣ ସଡ଼କ ଦୁର୍ଘଟଣା ଘଟିଛି । ବୁଲନ୍ଦଶହର ୩୪ ନମ୍ବର ଜାତୀୟ ରାଜପଥ ନିକଟ ଘଟାଲ ଗାଁ ପାଖରେ ରାଜସ୍ଥାନରୁ ଗୋଗାମେଡ଼ି ଯାଉଥିବା ଏକ ଟ୍ରାକ୍ଟରକୁ କଣ୍ଟେନର (ଟ୍ରକ) ଧକ୍କା ଦେଇଛି । ଏଥିରେ ୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ୨ ଶିଶୁ ଅଛନ୍ତି । ଟ୍ରାକ୍ଟରରେ ଶ୍ରଦ୍ଧାଳୁ ଥିବା କୁହାଯାଉଛି । ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।ବୁଲନ୍ଦଶହର ଏସ୍‌ଏସପି ଦିନେଶ କୁମାର ସିଂହଙ୍କ ସୂଚନା ମୁତାବିକ,''ଟ୍ରାକ୍ଟରରେ ୫୦ରୁ ୬୦ ଜଣ ଶ୍ରଦ୍ଧାଳୁ ଥିଲେ । ସମସ୍ତେ କାଂସଗଞ୍ଜରୁ ଜାହରବୀର (ଗୋଗାଜୀ) ଦର୍ଶନ ପାଇଁ ରାଜସ୍ଥାନର ଗୋଗାମେଡି ଯାଉଥିଲେ । ସେହି ସମୟରେ ଏହି ଦୁର୍ଘଟଣା ଘଟିଛି । ''ବୁଲନ୍ଦଶହର ଦେହାତ ଏସପି ତେଜସ୍ୱୀ ସିଂହ କହିଛନ୍ତି, ''କାଂସଗଞ୍ଜ ଜନପଥର ସୋରୋ ଥାନା କ୍ଷେତ୍ର ରଫାୟଦପୁର ଗାଁର ପ୍ରାୟ ୬୦ ଜଣ ଶ୍ରଦ୍ଧାଳୁ ରବିବାର ସଂନ୍ଧ୍ୟା ୬ଟାରେ ରାଜସ୍ଥାନର ହନୁମାନଗଡ଼ ଜିଲ୍ଲା ସ୍ଥିତ ଗୋଗାମେଡ଼ି ମନ୍ଦିର ଯାଉଥିଲେ । ଟ୍ରାକ୍ଟରରେ ଯାତ୍ରା ଆରମ୍ଭ କରିଥିଲେ । ବୁଲନ୍ଦଶହର ଅରିନିଆ ଥାନା ସ୍ଥିତ ଘଟାଲା ଗାଁ ନିକଟରେ ଟ୍ରାକ୍ଟରକୁ ପଛରୁ ଦ୍ରୁତ ଗତିରେ ଆସୁଥିବା ଟ୍ରକ୍ ଧକ୍କା ମାରିଛି । ଏତେ ଜୋରରେ ଧକ୍କା ମାରିଛି କି ଟ୍ରାକ୍ଟରରେ ଥିବା ଶ୍ରଦ୍ଧାଳୁ ରାସ୍ତାକୁ ଛିଟିକି ପଡିଥିଲେ । ଦୁର୍ଘଟଣାର ଖବର ପାଇ ତୁରନ୍ତ ପୁଲିସ ପହଞ୍ଚି ଉଦ୍ଧାରକାର୍ୟ୍ୟ ଆରମ୍ଭ କରିଥିଲା । ଆମ୍ବୁଲାନ୍ସ ଡାକି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଖୁର୍ଜା ସ୍ଥିତ କୈଳାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ''

    Maximum 500 characters

    ଦେଶ ବିଦେଶ View all

    Find Us on Facebook