Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପାତ୍ରପଡ଼ାରେ ହିଟ୍ ଆଣ୍ଡ ରନ ଘଟଣା, ଦୁଇ ଗିରଫ

    Share on :
    ajab-Image
    Date: Aug 23, 2025    Views: 4553

    ଭୁବନେଶ୍ଵର: ପାତ୍ରପଡ଼ାରେ ହିଟ ଆଣ୍ଡ ରନ ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ବହୁ ଧରପଗଡ଼ ପରେ ଏବେ ଧରା ପଡ଼ିଛନ୍ତି କିଲର ସ୍କର୍ପିଓର ଦୁଇ ଅଭିଯୁକ୍ତ । ଅଭିଯୁକ୍ତଙ୍କୁ ଦିଲ୍ଲୀରୁ ଗିରଫ କରିଛି କମିଶନରେଟ ପୋଲିସ । ଜଣଙ୍କ ନାଁ ସୋହମ ରାଜ ତ୍ରିପାଠୀ। ସେ ଏକ ଘରୋଇ ବ୍ୟାଙ୍କରେ ମ୍ୟାନେଜର ଭାବେ କାର୍ୟ୍ୟରତ ଥିବା ବେଳେ ଅନ୍ୟ ଜଣେ ରୋହନ ରଞ୍ଜନ ରାଉତ। ସେ ପଟିଆ ଅଞ୍ଚଳର ଜଣେ ମଦ ବ୍ୟବସାୟୀଙ୍କ ପୁଅ । ରାକ୍ଷୀ ପୂର୍ଣ୍ଣିମା ଦିନ ସ୍କର୍ପିଓ-ଥର ଧକ୍କାରେ ମାଆ,ଝିଅଙ୍କ ମୃତ୍ୟୁ ହୋଇଥିଲା ।ସୂଚନା ଅନୁଯାୟୀ, ଦୁଇ ଜଣ ଦୁର୍ଘଟଣା ଘଟାଇବା ପରେ ମନାଲି ଫେରାର ହୋଇଯାଇଥିଲେ । ସେଠାରେ ଛୁଟି କାଟି ଦିଲ୍ଲୀରେ ଲୁଚିଥିବା ବେଳେ ମାଡ଼ି ବସିଲା କମିଶନରେଟ ପୋଲିସ । ଘଟଣାରେ ଆଉ କିଏ ସମ୍ପୃକ୍ତ ସେ ନେଇ ଖୋଳତାଡ଼ ଚାଲିଛି । ପୂର୍ବରୁ ଏ ନେଇ ରୋଡ଼ ବ୍ଲକ କରିଥିଲେ ଉତ୍ତ୍ୟକ୍ତ ଲୋକେ।ସୂଚନାଯୋଗ୍ୟ, ୯ ତାରିଖ ଦୁର୍ଘଟଣା ଘଟାଇବା ପରେ ରବିବାର ଜବତ ହୋଇଥିଲା ମଣିଷ ମରା ଥର୍ । ଥର୍-ସ୍କର୍ପିଓ ରେସରେ କୁନି ଝିଅର ମୃତ୍ୟୁ ଘଟଣାରେ ଥର୍ କୁ ଜବତ କରିଥିଲା ଖଣ୍ଡଗିରି ପୋଲିସ୍ । ଦୁର୍ଘଟଣା ଘଟାଇ ଫେରାର ହୋଇଯାଇଥିବା ଗାଡ଼ିଟିକୁ ଜଟଣୀ ଅଞ୍ଚଳରୁ ଜବତ କରାଯାଇଥିଲା ।  ଥର୍‌ଟି ଜଟଣୀ କୁସୁମାଟି ଅଞ୍ଚଳର ହୋଇଥିବା ସୂଚନା ମିଳିଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଭାଇ ହାତରେ ରାକ୍ଷୀ ବାନ୍ଧି ପାତ୍ରପଡା ଫେରୁଥିବାବେଳେ ଏକ ଥର୍ ଓ ଏକ ସ୍କର୍ପିଓ ମାଆ-ପୁଅ ଓ ଝିଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲେ । ଦୁର୍ଘଟଣାରେ କୁନି ଝିଅର ମୃତ୍ୟୁ ହୋଇଥିବା ବେଳେ ମାଆ ଓ ପୁଅ ଗୁରୁତର ଅବସ୍ଥାରେ ଏକ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ରବିବାର ମହିଳାଙ୍କର ମୃତ୍ୟୁ ଘଟିଥିଲା । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook