Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅନୀଲ ଅମ୍ବାନିଙ୍କ ଘରେ ସିବିଆଇ ରେଡ

    Share on :
    ajab-Image
    Date: Aug 23, 2025    Views: 4479

    ନୂଆଦିଲ୍ଲୀ: ଶିଳ୍ପପତି ଅନୀଲ ଅମ୍ବାନିଙ୍କ ଘରେ ପଶିଲା ସିବିଆଇ। ଆଜି ସକାଳୁ ସିବିଆଇର ଗୋଟିଏ ଟିମ ମୁମ୍ବାଇ ସ୍ଥିତ ଅନୀଲ ଅମ୍ବାନିଙ୍କ ଘରେ ପଶି ରେଡ କରିଛି। ୩୦୭୩ କୋଟିର ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ସିବିଆଇ ପକ୍ଷରୁ ଏପରି ରେଡ କରାଯାଇଛି।

    ମିଳିଥିବା ସୂଚନା ଅନୁସାରେ, ଆଜି ସକାଳ ୭ଟାରେ ସିବିଆଇ ଟିମ ଅନୀଲ ଅମ୍ବାନିଙ୍କ କୁଫ ପାରେଡେର ସିୱିଣ୍ଡ ଘରେ ପହଞ୍ଚିଥିଲା। ୭ରୁ ୮ ଜଣ ଅଧିକାରୀ ଘର ଭିତରେ ପଶି ସର୍ଚ୍ଚ ଅପରେସନ ଜାରି ରଖିଛନ୍ତି। ରେଡ ଚାଲିଥିବା ବେଳେ ଅମ୍ବାନି ଓ ତାଙ୍କ ପରିବାରର ସଦସ୍ୟମାନେ ଘରେ ଉପସ୍ଥିତ ରହିଛନ୍ତି। ସେମାନଙ୍କୁ ମଧ୍ୟ ସିବିଆଇର ଅଧିକାରୀମାନେ ବିଭିନ୍ନ ପ୍ରଶ୍ନ ପଚାରିଛନ୍ତି।ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ବା ଏସ୍‌ବିଆଇ ପକ୍ଷରୁ ଅମ୍ବାନି ଆଣ୍ଡ କୋ ବିରୋଧରେ ଋଣ ଜାଲିଆତି ଅଭିଯୋଗ କରାଯାଇଛି। ଏହାପରେ ସିବିଆଇ ପକ୍ଷରୁ ଅନୀଲ ଅମ୍ବାନି, ତାଙ୍କ ଅଧୀନରେ ଥିବା ବ୍ୟବସାୟିକ ପ୍ରତିଷ୍ଠାନ ଓ ଅନ୍ୟମାନଙ୍କ ବିରୋଧରେ ଦିଲ୍ଲୀରେ ଏଫଆଇଆର ରୁଜୁ କରାଯାଇଥିଲା। ଏହାପରେ ସିବିଆଇ ପକ୍ଷରୁ ଏପରି ରେଡ ହୋଇଛି।ଏହାପୂର୍ବରୁ ଅମ୍ବାନିଙ୍କ କମ୍ପାନୀ ସହ ଜଡ଼ିତ ଥିବା କିଛି ଲୋକଙ୍କ ଘରେ ମଧ୍ୟ ସିବିଆଇ ରେଡ କରିଥିଲା।

    Maximum 500 characters

    ଦେଶ ବିଦେଶ View all

    Find Us on Facebook