Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରଜାକୋର୍ଟରେ ଯୁବକଙ୍କୁ ମୃତ୍ୟୁଦଣ୍ଡ ଦେଲେ ମାଓବାଦୀ

    Share on :
    ajab-Image
    Date: Aug 23, 2025    Views: 5066

    ଛତିଶଗଡ଼: ଛତିଶଗଡ଼ ଅବୁଝମାଡ଼ ଅଞ୍ଚଳରେ ଜାତୀୟ ପତାକା ଉଡ଼ାଇଲେ ବୋଲି ପ୍ରଜାକୋର୍ଟରେ ଯୁବକଙ୍କୁ ମାଓବାଦୀମାନେ ମୃତ୍ୟୁଦଣ୍ଡ ଦେଇଥିବା ଜଣାଯାଇଛି। ଛତିଶଗଡ଼ ନାରାୟଣପୁର ଜିଲ୍ଲା ଅବୁଝମାଡ ଜଂଗଲରେ ଥିବା ବିନାଗୋଣ୍ଡା ଗ୍ରାମରୁ ଆସିଥିଲା ଏହି ହୃଦୟସ୍ପର୍ଶୀ ଚିତ୍ର। ଗାଁର ଜଣେ ଶିକ୍ଷିତ ଯୁବକ ମନୀଷ ନରେଟ୍ଟି ଗତ ସ୍ବାଧୀନତା ଦିବସରେ ମାଓବାଦୀଙ୍କ ଦ୍ବାରା ନିର୍ମିତ ଏକ ସ୍ମାରକ ଉପରେ ଜାତୀୟ ପତାକା ଉଡ଼ାଇଥିଲେ। ଗ୍ରାମବାସୀ ଓ ପିଲାଙ୍କୁ ଏକାଠି କରି ଜାତୀୟ ସଂଗୀତ ଗାନ ବି କରିଥିଲେ। ଏହି ଚିତ୍ର ଚାରିଆଡେ ଭାଇରାଲ ହବା ସହ ଯୁବକଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରା ଯାଇ ଥିଲା। ତେବେ ୧୫ ଅଗଷ୍ଟର ଦିନ କେଇଟା ପରେ ବିନାଗୋଣ୍ଡା ଜଂଗଲରେ ଏକ ପ୍ରଜାକୋର୍ଟର ଆୟୋଜନ କରାଯାଇ ସମ୍ପୃକ୍ତ ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରା ଯାଇଛି। ପୁଲିସ ଇନଫର୍ମର ସହ ପୁଲିସର ଗୋପନୀୟ ସୈନିକର ଆଖ୍ୟା ଦେଇ ତାଙ୍କୁ ପ୍ରଜାକୋର୍ଟରେ ଦଣ୍ଡ ଦିଆ ଯାଇଥିବା ନେଇ ବ୍ୟାନର ପୋଷ୍ଟର ମଧ୍ୟ ଛାଡ଼ିଛନ୍ତି ମାଓବାଦୀ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook