Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଏଡିଆର୍ର ରିପୋର୍ଟ: ମମତା ବାନାର୍ଜୀ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ

    Share on :
    ajab-Image
    Date: Aug 22, 2025    Views: 4447

    କୋଲକାତା: ଦେଶରେ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତାଙ୍କ ସମ୍ପତ୍ତି ୧୫ ଲକ୍ଷ ଟଙ୍କାରୁ ସାମାନ୍ୟ ଅଧିକ। ଏଡିଆର୍(ଆସୋସିଏସନ ଫର ଡମେକ୍ରାଟିକ ରିଫର୍ମ)ର ସଦ୍ୟତମ ରିପୋର୍ଟରୁ ଏହା ଜଣାପଡ଼ିଛି। ଦେଶରେ ୩୧ ମୁଖ୍ୟମନ୍ତ୍ରୀଙ୍କ ଠାରୁ ମମତା ସବୁଠାରୁ ଗରିବ ବୋଲି ଏଡିଆର୍ କହିଛି। ନିର୍ବାଚନ ଏବଂ ରାଜନୈତିକ ସଂସ୍କାର କ୍ଷେତ୍ରରେ କାର୍ୟ୍ୟ କରୁଥିବା ଏଡିଆର୍ର ରିପୋର୍ଟ ଅନୁସାରେ, ମମତା ବାନାର୍ଜୀଙ୍କ ତାଙ୍କ ପାଖରେ ୧୫.୪ ଲକ୍ଷ ଟଙ୍କାର ସମ୍ପତ୍ତି ଅଛି ବୋଲି ଘୋଷଣା କରିଛନ୍ତି। ତାଙ୍କ ପଛକୁ ରହିଛନ୍ତି ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା। ଏଡିଆର୍ ରିପୋର୍ଟ ଅନୁସାରେ ଓମାରଙ୍କ ପାଖରେ ୫୫ ଲକ୍ଷ ଟଙ୍କାର ସମ୍ପତ୍ତି ରହିଥିବା ସେ ଘୋଷଣା କରିଛନ୍ତି। ଦେଶର ତୃତୀୟ ସବୁଠାରୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ। ତାଙ୍କ ପାଖରେ ୧ କୋଟି ଟଙ୍କାରୁ ଅଧିକ ରହିଛି। ମୁଖ୍ୟମନ୍ତ୍ରୀମାନେ ଗତ ବିଧାନସଭା ନିର୍ବାଚନ ଲଢ଼ିବା ପୂର୍ବରୁ ଦାଖଲ କରିଥିବା ଶପଥପତ୍ରରେ ଦେଇଥିବା ସମ୍ପତ୍ତି ହିସାବରେ ଏଡିଆର୍ ଏହି ରିପୋର୍ଟ ପ୍ରକାଶ କରିଛି। 
    ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ ଚନ୍ଦ୍ରବାବୁ ନାଇଡୁ ୯୩୧ କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ସହିତ ତାଲିକାର ଶୀର୍ଷରେ ଅଛନ୍ତି। ଶ୍ରୀ ନାଇଡୁ ଦେଶରୁ ସବୁଠାରୁ ଧନୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ତାଙ୍କ ପଛକୁ ରହିଛନ୍ତି ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖାଣ୍ଡୁ। ଶ୍ରୀ ଖାଣ୍ଡୁଙ୍କର ମୋଟ ୩୩୨ କୋଟି ଟଙ୍କାର ସମ୍ପତ୍ତି ରହିଛି। ଦେଶର କେବଳ ଏଇ ଦୁଇ ମୁଖ୍ୟମନ୍ତ୍ରୀ ଆରବପତିଙ୍କ ଲିଷ୍ଟରେ ରହିଛନ୍ତି।୩୦ ସେପ୍ଟେମ୍ବର ୨୦୨୧ରେ ହୋଇଥିବା ଭୱାନୀପୁର ବିଧାନସଭା ଉପନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ସମ୍ମୁଖରେ ଦାଖଲ କରିଥିବା ଶପଥ ପତ୍ରରେ ସମ୍ପତ୍ତି ବିଷୟରେ ଉଲ୍ଲେଖ କରିଥିଲେ। ସେହି ଆଧାରରେ ଏଡିଆର ବିଶ୍ଳେଷଣ କରି ଏହି ରିପୋର୍ଟ ପ୍ରକାଶ କରିଛି। ୨୦୧୬ ବିଧାନସଭା ନିର୍ବାଚନ ସମୟରେ, ମମତାଙ୍କର ସମ୍ପତ୍ତିର ମୂଲ୍ୟ ୩୦.୪ ଲକ୍ଷ ଟଙ୍କା ଥିଲା। ରିପୋର୍ଟ ଅନୁଯାୟୀ, ସେ ତାଙ୍କ ଶପଥପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ପାଖରେ ୬୯,୨୫୫ ଟଙ୍କାର"ନଗଦ ଟଙ୍କା ସହ ୧୩.୫ ଲକ୍ଷ ଟଙ୍କାର ବ୍ୟାଙ୍କ ବାଲାନ୍ସ ରହିଥିଲା। ଏଥିରେ ତାଙ୍କ ନିର୍ବାଚନ ଖର୍ଚ୍ଚ ଆକାଉଣ୍ଟରେ ୧.୫ ଲକ୍ଷ ଟଙ୍କାକୁ ମଧ୍ୟ ସାମିଲ କରାଯାଇଥିଲା। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ଚରଣ ମାଝୀ ବି ଜଣେ କୋଟିପତି ମୁଖ୍ୟମନ୍ତ୍ରୀ। ୨୦୨୪ ବିଧାନସଭା ନିର୍ବାଚନରେ ସେ ତାଙ୍କ ଶପଥ ପାଠରେ ସମ୍ପତ୍ତି ଘୋଷଣା କରିଥିଲେ। ତାଙ୍କ ଘୋଷଣା ଅନୁସାରେ, ମୋହନ ମାଝୀଙ୍କ ସମ୍ପତ୍ତି ୧.୯୭ କୋଟି ରହିଥିଲା। ସେଥିମଧ୍ୟରୁ ୯୫.୫୮ ଲକ୍ଷ ଟଙ୍କାର ଋଣ ଥିଲା ବୋଲି ମୋହନ ମାଝୀ କହିଥିଲେ।  ଏଡିଆର୍ ରିପୋର୍ଟ ଅନୁସାରେ ଦେଶର ସମସ୍ତ  ୩୧ ଜଣ ମୁଖ୍ୟମନ୍ତ୍ରୀଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୧,୬୩୦ କୋଟି ଟଙ୍କା  ବୋଲି ଏଡିଆର୍ ରିପୋର୍ଟ ପ୍ରକାଶ କରିଛି। 

    Maximum 500 characters

    ଦେଶ ବିଦେଶ View all

    Find Us on Facebook