ମୁଖ୍ୟ ଖବର
ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ବିରୋଧରେ ରାହୁଲ ଗାନ୍ଧୀ ଆଣିଥିବା ଭୋଟ ଚୋରି ଅଭିଯୋଗ ଏବେ ଆହୁରି ଉଷ୍ମ ହେବାରେ ଲାଗିଛି । ଏହାର ପ୍ରତିବାଦରେ ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ଦିଲ୍ଲୀରେ ନିର୍ବାଚନ କମିଶନଙ୍କ କାର୍ୟ୍ୟାଳୟ ଏକ ଶୋଭାଯାତ୍ରା କରାଯାଇଛି । ରାହୁଲଙ୍କୁ ସମର୍ଥନ କରି ଅଖିଳେଶ ଯାଦବ ତାଙ୍କ ସପକ୍ଷରେ ବାହାରିଛନ୍ତି । ଶୋଭାଯାତ୍ରା ବେଳେ ଅଖିଳେଶ କହିଛନ୍ତି ‘ନିର୍ବାଚନ କମିଶନଙ୍କ ବିରୋଧରେ ଏପରି ଅଭିଯୋଗ ପ୍ରଥମ ଥର ନୁହେଁ । ଆମ ଦଳ ମଧ୍ୟ ଏପରି ପ୍ରସଙ୍ଗ ଉଠାଇ ଆସିଛି । ଏହା ବ୍ୟତୀତ କଂଗ୍ରେସ ସାଂସଦ ପ୍ରମୋଦ ତିୱାରୀ ରାହୁଲ ଗାନ୍ଧୀଙ୍କ ବିଷୟରେ କହିଛନ୍ତି ଯେ ସେ ‘ମହାତ୍ମା ଗାନ୍ଧୀଙ୍କ ପଥ ଅନୁସରଣ କରୁଛନ୍ତି ।
ସୋମବାର ସଂସଦ ଭବନ ବାହାରେ ଇଣ୍ଡି ମେଣ୍ଡର ନେତାମାନେ ଏକାଠି ହେବା ସହ ପ୍ରତିବାଦ କରିଛନ୍ତି । ସମସ୍ତ ନେତା ନିର୍ବାଚନ ହେବାକୁ ଥିବା ରାଜ୍ୟ ବିହାରରେ ଭୋଟର ତାଲିକାର ସଂଶୋଧନ ଏବଂ ୨୦୨୪ ଲୋକସଭା ନିର୍ବାଚନ ସମୟରେ ଭୋଟରେ ଜାଲିଆତି ମାମଲା ବିରୋଧରେ ଶୋଭାଯାତ୍ରା କରୁଛନ୍ତି । ରାହୁଲ ଗାନ୍ଧୀ ଏହି ଶୋଭାଯାତ୍ରାର ନେତୃତ୍ୱ ନେଉଛନ୍ତି ।
Comments ସମସ୍ତ ମତାମତ 0