Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇସିଙ୍କ ବିରୋଧରେ ଆଜି ‘ଇଣ୍ଡି’ ମେଣ୍ଟର ଶୋଭାଯାତ୍ରା

    Share on :
    ajab-Image
    Date: Aug 11, 2025    Views: 4688

    ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ(ଇସି)ଙ୍କ ବିରୋଧରେ ରାହୁଲ ଗାନ୍ଧୀ ଆଣିଥିବା ଭୋଟ ଚୋରି ଅଭିଯୋଗକୁ ବଳିଷ୍ଠ କରିବା ଲାଗି ସୋମବାର ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଯୋଜନା ଅନୁଯାୟୀ ସୋମବାର ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ଭବନ ଠାରୁ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ ପର୍ୟ୍ୟନ୍ତ ଏକ ଶୋଭାଯାତ୍ରା କରିବେ। ଏହା ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଇଣ୍ଡି ମେଣ୍ଟର ସାଂସଦଙ୍କ ଲାଗି ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି। ସୋମବାର ଚାଣକ୍ୟପୁରୀସ୍ଥିତ ହୋଟେଲ ତାଜ ପ୍ୟାଲେସରେ ବିରୋଧୀ ସାଂସଦମାନେ ଏକଜୁଟ୍ ହେବେ। ଖଡଗେ ସେମାନଙ୍କୁ ଏଠାରେ ଭୋଜି ଦେବେ। ଗଡଗେଙ୍କ ନୈଶ ଭୋଜି ସଭାରେ ଭୋଟ ଚୋରି ସହିତ ବିହାର ଏସ୍‌ଆଇଆର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook