Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଭାଲୁ ଆକ୍ରମଣରେ ମହିଳା ମୃତ

    Share on :
    ajab-Image
    Date: Aug 9, 2025    Views: 4338

    ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଅନ୍ତର୍ଗତ ବଣଚକୁଳିଆ ଗ୍ରାମରେ  ଭାଲୁ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣଙ୍କ ହେଲେ ବଣଚକୁଳିଆ ଗ୍ରାମର ଚାମି ମୁଣ୍ଡା । ଶନିବାର ସକାଳୁ ଜଙ୍ଗଲ ନିକଟସ୍ଥ ବିଲକୁ ଉଭୟ ସ୍ଵାମୀ-ସ୍ତ୍ରୀ ଯାଇଥିବା ସମୟରେ  ତିନୋଟି ଭାଲୁ ସ୍ଵାମୀ ଓ ସ୍ତ୍ରୀଙ୍କୁ ଆକ୍ରମଣ କରିଥିଲେ । ଗୋଟିଏ ଭାଲୁ ଚାମୀଙ୍କ ସ୍ଵାମୀଙ୍କୁ ଗୋଡାଇବାରୁ ସେ ନିକଟରେ ଥିବା ଏକ ପଥର ଚତିରି ଉପରକୁ ଚାଲିଯାଇଥିଲେ । କିନ୍ତୁ ମହିଳାଙ୍କ ମୁଣ୍ଡ ଓ ଅଣ୍ଟାକୁ ଆକ୍ରମଣ କରିଥିଲେ ଭାଲୁ । ଫଳରେ ମହିଳା ଜଣଙ୍କ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଆସିବାରୁ ଭାଲୁ ମାନେ ଜଙ୍ଗଲ ଭିତରକୁ ଚାଲିଯାଇଥିଲେ । ଗ୍ରାମବାସୀ ଓ ଘର ଲୋକଙ୍କ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଘଟଗାଁ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଘଟଗାଁ ବନ ବିଭାଗର ଅଧିକାରୀ ମାନେ ପହଞ୍ଚି ମୃତକଙ୍କ ପରିବାରଙ୍କୁ ନଗଦ ୧ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିବା ବେଳେ ପୋଲିସ ଶବକୁ ଜବତ କରି ଅଧିକ ତଦନ୍ତ ଚଳାଇଛି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook