Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୧୩ରେ ରାଜ୍ୟ କ୍ୟାବିନେଟ

    Share on :
    ajab-Image
    Date: Aug 9, 2025    Views: 4495

    ଭୁବନେଶ୍ୱର:ଅଗଷ୍ଟ ୧୩ରେ ରାଜ୍ୟ କ୍ୟାବିନେଟ୍‌ର ୨୪ତମ ବୈଠକ ଅନୁଷ୍ଠିତ ହେବ। ଲୋକସେବାଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି କ୍ୟାବିନେଟ୍‌ ବୈଠକରେ ୭ ବିଭାଗର ୮ଟିରୁ ଊର୍ଦ୍ଧ୍ୱ ପ୍ରସ୍ତାବ ଆସିପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ରାଜ୍ୟରେ ବନ୍ୟଜନ୍ତୁ ଓ ମଣିଷ ଲଢ଼େଇ ବୃଦ୍ଧି ପାଉଛି। ଜଙ୍ଗଲର ସୁରକ୍ଷା ସହିତ ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିିରେ ରଖି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ବିଭାଗ ପକ୍ଷରୁ ଆସିବାକୁ ରହିଛି। ଏହାସହିତ ରାଜସ୍ବ, ଅର୍ଥ, ଗୃହ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଆସିପାରେ। ରାଜ୍ୟରେ ସମ୍ପ୍ରତି ଦେଖାଦେଇଥିବା ଆଇନଶୃଙ୍ଖଳା ସ୍ଥିତିକୁ କିଭଳି ନିୟନ୍ତ୍ରଣ କରାଯାଇପାରିବ ଏବଂ ମହିଳାଙ୍କୁ ସ୍ବାବଲମ୍ବୀ ସହିତ ବୃଦ୍ଧାବୃଦ୍ଧଙ୍କୁ ନିରାପତ୍ତା ବଳୟ ଭିତରକୁ ଅଣାଯାଇପାରିବ ସେନେଇ କେତେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ କ୍ୟାବିନେଟ୍‌ ବୈଠକ ମୋହର ମାରିବ ବୋଲି ଜଣାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook