Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ତାମିଲନାଡୁରେ କେବଳ ତାମିଲ ଓ ଇଂରାଜୀ ଚାଲିବ

    Share on :
    ajab-Image
    Date: Aug 8, 2025    Views: 4721

    ଜାତୀୟ ଶିକ୍ଷା ନୀତିରୁ ୩ ଭାଷା ନୀତିକୁ ନେଇ ବିବାଦ ଚାଲିଥିବା ବେଳେ ବଡ଼ ପଦକ୍ଷେପ ନେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ। ସେ ତାମିଲନାଡୁ ପାଇଁ ନୂଆ ଶିକ୍ଷା ନୀତି ଲାଗୁ କରିଛନ୍ତି। ଏହି ନୀତିକୁ ସାର୍ବଜନୀନ କରି ଷ୍ଟାଲିନ କହିଛନ୍ତି ଯେ ରାଜ୍ୟ କେବଳ ଦୁଇଟି ଭାଷା ଫର୍ମୁଲାକୁ ଅନୁସରଣ କରିବ। ସ୍କୁଲରେ ତାମିଲ ଓ ଇଂରାଜୀ ଭାଷାରେ ପିଲାମାନଙ୍କୁ ପାଠପଢ଼ାଯିବ।

    ମୁଖ୍ୟମନ୍ତ୍ରୀ ଷ୍ଟାଲିନ ଆଜିର କାର୍ୟ୍ୟକ୍ରମରେ ସରକାରୀ ସ୍କୁଲରେ ପାଠପଢ଼ି ଦେଶର ଖ୍ୟାତନାମା ଶିକ୍ଷାନୁଷ୍ଠାନରେ ନିଜର ଆଡିମିସନକୁ ନିଶ୍ଚିତ କରିଥିବା ୯୦୧ ଶିକ୍ଷାର୍ଥୀଙ୍କୁ ସମ୍ମାନୀତ କରିଛନ୍ତି। ଚଳିତ ଶିକ୍ଷା ବର୍ଷରେ ଦ୍ୱାଦଶ ଶ୍ରେଣୀ ପାସ୍‌ କରିଥିବା ତାମିଲନାଡୁର ୭୫% ପିଲା ଉଚ୍ଚ ଶିକ୍ଷା ପାଇଁ ନାଁ ପଞ୍ଜିକରଣ କରିଛନ୍ତି। ଆଗାମୀ ବର୍ଷରେ ଏହାକୁ ୧୦୦%ରେ ପହଞ୍ଚାଇବା ପାଇଁ ତାଙ୍କ ସରକାରଙ୍କ ଲକ୍ଷ୍ୟ ବୋଲି ଷ୍ଟାଲିନ କହିଛନ୍ତି।ସେ କହିଛନ୍ତି, “ଆମେ ଆମ ଶିକ୍ଷା ବ୍ୟବସ୍ଥାରେ ପ୍ରତିକ୍ରିୟା ସୃଷ୍ଟି କରୁଥିବା ଚିନ୍ତା ଧାରାକୁ ଅନୁମତି ଦେଇ ପାରିପାରିବୁ ନାହିଁ। ଆମ ରାଜ୍ୟ ଶିକ୍ଷା ନୀତିର ଲକ୍ଷ୍ୟ ହେଲା ସମାନତା ଓ ତର୍କ ସଂଗ ଶିକ୍ଷା ପ୍ରଦାନ କରିବା। ଅନ୍ତର୍ଜାତୀୟ ସ୍ତରର ଶିକ୍ଷା ସହ ପ୍ରତିଯୋଗିତା କରୁଥିବା ଶିକ୍ଷାର୍ଥୀଙ୍କ ପାଇଁ ଏହା ଗୋଟିଏ ମଞ୍ଚ ଭାବେ କାମ କରିବ।”

    Maximum 500 characters

    ଦେଶ ବିଦେଶ View all

    Find Us on Facebook