Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର

    Share on :
    ajab-Image
    Date: Aug 6, 2025    Views: 4334

    ଭଦ୍ରକ: ଥମୁନି ବେଆଇନ୍‌ ଗୋରୁ ଚାଲାଣ । ଭଦ୍ରକରୁ ପୁଣି ଥରେ ବେଆଇନ୍‌ ଭାବେ ଗୋରୁ ଚାଲାଣ ବେଳେ ଉଦ୍ଧାର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ରାନ୍ଦିଆ ବାଲୁଅ ଛକ ନିକଟରୁ ଏକ ଗାଡ଼ିକୁ ଜବତ କରାଯାଇଛି। 

    ଖବର ଅନୁଯାୟୀ, ଏକ ଜାଇଲୋ ଗାଡ଼ିରେ ୧୨ ଗୋରୁ ବେଆଇନ୍‌ ଭାବେ ଆନନ୍ଦପୁରରୁ ଭଦ୍ରକ ଆସୁଥିଲେ । ଏହି ସଂପର୍କରେ ଖବର ପାଇ ସ୍ଥାନୀୟ ଲୋକମାନେ ଉକ୍ତ ଗାଡ଼ିକୁ ପିଛା କରିଥିଲେ । ଏମିତିକି ଗାଡ଼ିକୁ ଏସକର୍ଟ ଦେଉଥିବା ଲୋକଙ୍କ ସହ ସ୍ଥାନୀୟଲୋକମାନଙ୍କ ପାଟିତୁଣ୍ଡ ହୋଇଥିଲା । ପରେ ବାଲୁଅ ଛକ ନିକଟରେ ଗାଡ଼ିକୁ ଅଟକାଇବା ସହ ଭଙ୍ଗାରୁଜା ହୋଇଥିଲା । ଏହାପରେ ସମସ୍ତ ଗୋରୁଙ୍କୁ ଉଦ୍ଧାର କରାଯାଇଥିଲା । ହେଲେ ଘଟଣାସ୍ଥଳରୁ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିଲେ । ଅନ୍ୟପଟେ ଘଟଣାସ୍ଥଳରେ ଚାପା ଉତ୍ତେଜନା ଥିବାରୁ ଗ୍ରାମାଞ୍ଚଳ ପୋଲିସ ଷ୍ଟେସନ ପକ୍ଷରୁ ଏକ ଟିମ୍‌ ମୁତୟନ କରାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook