Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଲୋୟର ପିଏମଜିରେ ସିଆର୍‌ପି ସିଏମ୍‌ଙ୍କ ବିକ୍ଷୋଭ

    Share on :
    ajab-Image
    Date: Aug 1, 2025    Views: 4431

    ଭୁବନେଶ୍ବର: ଇନସେନଟିଭ ନୁହେଁ ସ୍ଥାୟୀ ଦରମା ଦରକାର। ୬ ହଜାର ଶହେ ବଦଳରେ ଦିଆଯାଉ ୧୦ ହଜାର ଟଙ୍କାର ଦରମା । ଏଭଳି ୫ ଦଫା ଦାବି ନେଇ ଶୁକ୍ରବାର ରାଜ ରାସ୍ତାକୁ ଓହ୍ଲାଇଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ। ବିଭିନ୍ନ ଜିଲ୍ଲାର ହଜାର ହଜାର କର୍ମଚାରୀ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି। ସେମାନଙ୍କ ଦାବି ଭିଆରଏଫ୍‌ କାମ ବାବଦକୁ ୫ ହଜାର ଟଙ୍କା, ଅନଲାଇନ୍ କାମ, ଫୋନ୍ ବିଲ ଏବଂ ଟିଏ. ଡିଏ ବାବଦକୁ ୩ ହଜାର ଟଙ୍କା ଆଦି ମୋଟ ୧୮ ହଜାର ଟଙ୍କା ପ୍ରଦାନ କରାଯାଉ । ସେହିପରି ଅନଲାଇନ୍ କାର୍ୟ୍ୟ ପାଇଁ ଟାବଲେଟ ମେସିନ, ସିଆର୍‌ପି ସିଏମ୍‌ମାନଙ୍କୁ ପରିଚୟ ପତ୍ର ପ୍ରଦାନ ମଧ୍ୟ ଦାବି ରଖିଛନ୍ତି ସିଆର୍‌ପି ସିଏମ୍ ଆସୋସିଏସନର କର୍ମଚାରୀ। 

    ରାଜ୍ୟରେ ୬୦ ହଜାରରୁ ଉର୍ଦ୍ଧ୍ବ ସିଆରିପି ସିଏମ୍ କର୍ମଚାରୀ କାର୍ୟ୍ୟ କରୁଥିବାବେଳେ, ଏବେ ନିଜ ସାମାଜିକ ସୁରକ୍ଷା ପାଇଁ ସରକାରଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ଯଦି ସରକାର ଦାବି ନ ଶୁଣିବେ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ୟ୍ୟରୁ ବିରତି ନେବୁ ବୋଲି ସଂଘ କହିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook