Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ୩୪ ଲକ୍ଷ ଟଙ୍କାର କଫ ସିରପ୍ ଜବତ

    Share on :
    ajab-Image
    Date: Aug 1, 2025    Views: 4649

    କଟକ: ଦ୍ବୈତନଗରୀକୁ ଛୁଇଁଲାଣି ନିଷିଦ୍ଧ କଫ୍‌ ସିରପ୍‌ ଲିଙ୍କ୍‌। କଟକରୁ ଆଜି ବିପୁଳ ପରିମାଣର କୋଡାଇନ୍ ମିଶ୍ରିତ କଫ୍‌ ସିରପ୍ ଜବତ ହୋଇଛି। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍ ବାଦାମବାଡ଼ିର ନ୍ୟୁ ଏଲ୍‌ଆଇସି କଲୋନିରେ ଏକ କୋରିଅର୍ ସଂସ୍ଥାରେ ଚଢ଼ଉ କରି ପାଖାପାଖି ୩୪ ଲକ୍ଷ ଟଙ୍କାର କଫ ସିରପ୍ ଜବତ କରିଛି। ଏହି ଘଟଣାରେ ଜଣେ କୋରିଅର୍ ସଂସ୍ଥାର କର୍ମଚାରୀଙ୍କୁ ଉଠାଇ ନିଆଯାଇଛି। ସୂଚନା ଅନୁଯାୟୀ, ହିମାଚଳ ପ୍ରଦେଶରେ ଵିନ୍‌ସେରେକ୍ସ କଫ୍‌ ସିରପ୍ ନାଁରେ କୋଡାଇନ୍ ମିଶ୍ରିତ କଫ୍‌ ସିରପ୍ ପ୍ରସ୍ତୁତ ହେଉଥିଲା। ଏହି କଫ୍‌ ସିରପ୍‌କୁ କଟକର ଏକ ଭୂତ ଔଷଧ ଏଜେନ୍ସି ନ୍ୟୁ ଏଲ୍‌ଆଇସି କଲୋନିରେ ଥିବା ଏକ କୋରିଅର ସଂସ୍ଥା ମାଧ୍ୟମରେ ଆମଦାନୀ କରୁଥିଲା। ଏ ନେଇ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା। ଏହି ଖବର ଆଧାରରେ ଏସ୍‌ଟିଏଫ୍ ଟିମ୍ ପାର୍ସଲକୁ ଟ୍ରାକ୍ କରିଥିଲା। ପାର୍ସଲ ନ୍ୟୁ ଏଲ୍‌ଆଇସି କଲୋନିର କାର୍ୟ୍ୟାଳୟରେ ପହଞ୍ଚିବା ପରେ ଏସ୍‌ଟିଏଫ୍ କଟକ ଜିଲ୍ଲା ପ୍ରଶାସନ, ବାଦାମବାଡ଼ି ଥାନା ପୁଲିସ, ଡ୍ରଗସ୍‌ କଣ୍ଟ୍ରୋଲ ବ୍ୟୁରୋର ମିଳିତ ସହଯୋଗରେ ଗୁରୁବାର ସନ୍ଧ୍ୟାରେ ଚଢ଼ଉ କରିଥିଲା। ମୋଟ ୫୬ ପେଟି ପାର୍ସଲ୍‌ ଜବତ ହୋଇଛି। ପ୍ରତି ପେଟିରେ ପ୍ରାୟ ୩୦୦ ବୋତଲ ରହିଛି। ଅର୍ଥାତ୍‌ ପ୍ରାୟ ୧୭ ହଜାର ବୋତଲ ରହିଛି। ପ୍ରତି ବୋତଲରେ ୧୯୯ ଟଙ୍କା ମୂଲ୍ୟ ଉଲ୍ଲେଖ ରହିଛି। କୋଡାଇନ୍ ମିଶ୍ରିତ ଏହି କଫ ସିରପ୍ ସମ୍ପୂର୍ଣ୍ଣ ନିଷିଦ୍ଧ ହୋଇଥିବା ବେଳେ କଟକର ଏକ ଭୂତ ଔଷଧ ଏଜେନ୍ସି ଏହାକୁ ଏଭଳି ଢଙ୍ଗରେ କାରବାର କରିବା ପଛର ରହସ୍ୟକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ଏହାକୁ ନେଇ କ୍ରାଇମ୍‌ବ୍ରାଞ୍ଚ ଭୁବନେଶ୍ବର ମଞ୍ଚେଶ୍ବର ଅଞ୍ଚଳରେ ବି ଚଢ଼ଉ କରିଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook