ମୁଖ୍ୟ ଖବର
ଇମ୍ଫାଲ: ସୁରକ୍ଷା ବାହିନୀ ମଣିପୁରର ପୂର୍ବ ଇମ୍ଫାଲରୁ ଦୁଇଟି ନିଷିଦ୍ଧ ଉଗ୍ରବାଦୀ ସଂଗଠନ ସହ ଜଡ଼ିତ ୫ ଜଣ ଉଗ୍ରବାଦୀଙ୍କୁ ଗିରଫ କରିଛନ୍ତି। ସୋମବାର ପୁଲିସ ଏନେଇ ସୂଚନା ଦେଇଛି। ଜଣେ ବରିଷ୍ଠ ଅଧିକାରୀଙ୍କ କହିବାନୁସାରେ, ରବିବାର କେଇରାଓ ଖୁନୌ ଅଞ୍ଚଳରୁ ନିଷିଦ୍ଧ ସଂଗଠନ ପିଆରଇପିଏକେର ତିନି ଜଣ ସକ୍ରିୟ କ୍ୟାଡରଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି ଏବଂ ସେମାନଙ୍କ ସହିତ କିଶୋର ନ୍ୟାୟ ଅଧିନିୟମ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ସେହିଦିନ କେଇବି ହାଇକକ୍ ମପାନ୍ ଆୱାଙ୍ଗ ଲିକାଇ ଅଞ୍ଚଳରୁ ନିଷିଦ୍ଧ କାଙ୍ଗଲେଇପାକ୍ କମ୍ୟୁନିଷ୍ଟ ପାର୍ଟିର ଦୁଇ ଜଣ ଉଗ୍ରବାଦୀଙ୍କୁ ଗିରଫ କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଏହି ଦୁଇ ଉଗ୍ରବାଦୀ ଟଙ୍କା ଆଦାୟ କରିବାକୁ ଆସିଥିଲେ ଏବଂ ସେହି ସମୟରେ ସୁରକ୍ଷା ବାହିନୀ ସେମାନଙ୍କୁ ଧରିଥିଲେ।
Comments ସମସ୍ତ ମତାମତ 0