ମୁଖ୍ୟ ଖବର
ଭୁବନେଶ୍ବର: ସଂସ୍କୃତି ଓ ସଂସ୍କାରଧର୍ମୀ କାର୍ୟ୍ୟ ଏବଂ ଏହାର ବିକାଶ ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ପୁରୀର ମଙ୍ଗଳାଘାଟରେ ଆୟୋଜିତ ରାମଚରିତ ମାନସ ମନ୍ଦିର ଭୂମି ପୂଜନ ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। କାର୍ୟ୍ୟକ୍ରମରେ ପଦ୍ମବିଭୂଷଣ ଜଗଦଗୁରୁ ରାମଭଦ୍ରାଚାର୍ୟ୍ୟଜୀ ମହାରାଜ ଅଧ୍ୟକ୍ଷତା କରି ଏହି ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜା କରିଥିଲେ।
ରାଘବ ପରିବାର ଟ୍ରଷ୍ଟ ପକ୍ଷରୁ ଏହି କାର୍ୟ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପାଟଣା ଗ୍ରାମରେ ଭଗବାନ ଶ୍ରୀରାମଚରିତ ମାନସ ଭବ୍ୟ ମନ୍ଦିର ପ୍ରତିଷ୍ଠା ହିନ୍ଦୁ ପରମ୍ପରାର ଏକ ଅନନ୍ୟ ନିଦର୍ଶନ। ଆଗାମୀ ୧୦ ବର୍ଷ ଅର୍ଥାତ ୨୦୩୬ ମସିହା ପର୍ୟ୍ୟନ୍ତ ଆମର ଭିଜନ ଡକ୍ୟୁମେଣ୍ଟ ‘୩୬ ପାଇଁ ୩୬’ ପ୍ରସ୍ତୁତ ଅଛି। ସରକାର ସେହି ଲକ୍ଷ୍ୟ ନେଇ କାର୍ୟ୍ୟ କରୁଛନ୍ତି। ସମାଜର ୪ଟି ବର୍ଗ- ଅନ୍ନଦାତା, ଗରିବ, ମହିଳା ଓ ଯୁବବର୍ଗଙ୍କ ବିକାଶକୁ ପ୍ରାଧାନ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନାକୁ ଜନସାଧାରଣଙ୍କ ପାଇଁ ଉପଲବ୍ଧ କରୁଛୁ। ରାଜ୍ୟରେ ସମସ୍ତ ଜନହିତକର ଯୋଜନା ଲୋକଙ୍କ ପର୍ୟ୍ୟନ୍ତ ପହଞ୍ଚୁଛି ଏବଂ ଓଡ଼ିଶା ବିକାଶର ଶିଖର ଛୁଇଁବ। ଭୂମି ପୂଜନ କାର୍ୟ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ସେହି ସ୍ଥାନରେ ଏକ ନିମ୍ବ ଗଛ ଲଗାଇଥିଲେ। ଭୂମି ପୂଜନ ଯଜ୍ଞରେ ନିର୍ମାଣ ପ୍ରସ୍ତରର ମଧ୍ୟ ସେ ଶୁଭ ଦେଇଥିଲେ। ଏହି ଅବସରରେ ପୁରୀ ସାଂସଦ ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର, ବ୍ରହ୍ମଗିରି ବିଧାୟକ ଉପାସନା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।
Comments ସମସ୍ତ ମତାମତ 0