ମୁଖ୍ୟ ଖବର
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୮ ଦିନିଆ ବିଦେଶ ଗସ୍ତ ଅଛନ୍ତି । ସେ ମୋଟ ୫ଟି ଦେଶ ଯାତ୍ରା କରିବେ । ବୁଧବାର ଆଫ୍ରିକୀୟ ଦେଶ ଘାନାରୁ ଗସ୍ତ ଆରମ୍ଭ କରିଛନ୍ତି । ମୋଦି ଘାନାରେ ପହଞ୍ଚିବା ପରେ ତାଙ୍କୁ ସେଠାକାର ରାଷ୍ଟ୍ରପତି ଜନ୍ ମହାମା ରାଜଧାନୀ ଆକ୍ରାସ୍ଥିତ ବିମାନବନ୍ଦରରେ ସ୍ୱାଗତ କରିଥିଲେ । ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ୨୧ ତୋପ ସଲାମୀ ସହ ଗାର୍ଡ ଅଫ ଅନର୍ ଦିଆଯାଇଛି । ଏହା ସହିତ ପ୍ରଧାନମନ୍ତ୍ରୀଙ୍କୁ ଘାନାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରାଯାଇଛି । ଏହା ସହିତ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି ।
'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍ ଦ ଷ୍ଟାର୍ ଅଫ୍ ଘାନା' ସମ୍ମାନରେ ସମ୍ମାନିତ କରାଯାଇଛି । ପିଏମ୍ ମୋଦିଙ୍କୁ ଘାନା ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା ସମ୍ମାନିତ କରିଛନ୍ତି । ମୋତେ ଏହି ସମ୍ମାନ ପ୍ରଦାନ କରିଥିବାକୁ ଘାନାର ଜନତା ଏବଂ ସରକାରଙ୍କୁ ଧନ୍ୟବାଦ ଜଣାଉଛି । ଏହି ସମ୍ମାନ ଆମର ଯୁବପିଢିଙ୍କ ଉଜ୍ଜ୍ୱଳ ଭବିଷ୍ୟତ, ସେମାନଙ୍କ ଆକାଂକ୍ଷା, ଆମର ସମୃଦ୍ଧ ସାସ୍କୃତିକ ବିବିଧତା ଏବଂ ଭାରତ ଏବଂ ଘାନା ମଧ୍ୟରେ ଐତିହାସିକ ସମ୍ପର୍କ ପାଇଁ ଉତ୍ସର୍ଗୀକୃତ । ଏହି ସମ୍ମାନ ଏକ ଦାୟିତ୍ୱ । ଭାରତ-ଘାନା ବନ୍ଧୁତାକୁ ଆହୁରି ମଜବୁତ କରିବ । ଏହା ମୋ ପାଇଁ ଅତ୍ୟନ୍ତ ଗର୍ବର ବିଷୟ ବୋଲି ସମ୍ମାନ ପରେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା- ଭାରତ ଓ ଘାନା ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ୪ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଦୁଇ ଦେଶ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହୋଇଛି । ଘାନା ନେଇ ଆଇଟିଇସି ଓ ଆଇସିସିଆର ସ୍କଲାରସିପ୍କୁ ଦୁଇଗୁଣା ବଢାଇବାକୁ ନିର୍ଣ୍ଣୟ ହୋଇଛି । ଧନ୍ଦାମୂଳକ ଶିକ୍ଷା ନେଇ ଏକ ଦକ୍ଷତା ବିକାଶ ସେଣ୍ଟର ସ୍ଥାପନା ନେଇ କାମ ହେବ । କୃଷି କ୍ଷେତ୍ରରେ ରାଷ୍ଟ୍ରପତି ମହାମା ଜୀଙ୍କ 'ଫିଡ୍ ଘାନା' ପ୍ରୋଗ୍ରାମରେ ସହଯୋଗ କରିବା ନେଇ ଖୁସି ବ୍ୟକ୍ତ କରୁଛି ।
Comments ସମସ୍ତ ମତାମତ 0