ମୁଖ୍ୟ ଖବର
ନୂଆଦିଲ୍ଲୀ:ଉତ୍ତରପ୍ରଦେଶର ହାପୁଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ ଟ୍ରକ୍ । ଫଳରେ ଗୋଟିଏ ପରବାରର ଚାଲିଗଲା ୫ ଜଣଙ୍କ ଜୀବନ । ମୃତକଙ୍କ ମଧ୍ୟରେ ୪ ଜଣ ଶିଶୁ ଥିବା ଜଣାପଡ଼ିଛି । ସେପଟେ ଘଟଣାର ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।
ସୂଚନା ମୁତାବକ, ଗତକାଲି ରାତିରେ ବୁଲନ୍ଦସହର-ହାପୁର ରାସ୍ତାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ହାପୁରର ବାସିନ୍ଦା ଦାନିଶ ତାଙ୍କ ୨ ଝିଅ,ତାଙ୍କ ଭାଇର ପୁଅ ଏବଂ ପଡ଼ୋଶୀ ଓକିଲ ଖାନଙ୍କ ପୁଅ ସହିତ ଏକ ସୁଇମିଂ ପୁଲକୁ ଯାଇଥିଲେ। ଗାଧୋଇବା ପରେ, ଦାନିଶ ସମସ୍ତ ପିଲାଙ୍କୁ ଗୋଟିଏ ବାଇକ୍ ରେ ନେଇ ଘରକୁ ଫେରୁଥିଲେ। ସେତେବେଳେ ତାଙ୍କ ବାଇକ୍ କୁ ଅପର ପାର୍ଶ୍ବରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ବାଇକ୍ ରେ ଥିବା ସମସ୍ତ ଆରୋହୀଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଥିଲା।ଏହି ସଡ଼କ ଦୁର୍ଘଟଣା ପୂର୍ବରୁ,ସୁଇମିଂ ପୁଲରେ ମୃତକଙ୍କ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା। ଯାପୁଲିସ ବର୍ତ୍ତମାନ ସମସ୍ତ ଦୃଷ୍ଟିକୋଣରୁ ତଦନ୍ତ କରୁଛି। ସେପଟେ ଦୁର୍ଘଟଣା ପରଠାରୁ ଅଭିଯୁକ୍ତ ଫେରାର୍ ଥିବା ବେଳେ ଅଭିଯୁକ୍ତକୁ ଖୋଜୁଛି ପୁଲିସ । ଏଥିସହ ଏହି ଘଟଣାକୁ ନେଇ ପରିବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି ।
Comments ସମସ୍ତ ମତାମତ 0