Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଖୁବ୍‌ଶୀଘ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ

    Share on :
    ajab-Image
    Date: Jun 16, 2025    Views: 7349

    ଭୁବନେଶ୍ୱର: ରାଜ୍ୟରେ ବିଜେପି ସରକାର ପ୍ରଥମ ବର୍ଷ ପୂରଣ କରିଛି। ବିନା ପୂର୍ଣ୍ଣାଙ୍ଗ ମନ୍ତ୍ରିମଣ୍ଡଳରେ ସରକାର ଯେନେତେନ ପ୍ରକାରେ ପ୍ରଥମ ବର୍ଷର ଶାସନ ପୂରଣ କରିଛନ୍ତି। ବର୍ତ୍ତମାନ ରାଜ୍ୟବ୍ୟାପୀ ସରକାର ନିଜର ପ୍ରଥମ ବର୍ଷ ଶାସନ ଉତ୍ସବ ପାଳନ କରୁଥିବା ବେଳେ ଆସନ୍ତା ୨୦ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସୁଛନ୍ତି। ଏହି ଅବସରରେ ରାଜ୍ୟ ସରକାର ପ୍ରଧାନମନ୍ତ୍ରୀଙ୍କୁ ପ୍ରଥମ ବର୍ଷ ଶାସନର ରିପୋର୍ଟ କାର୍ଡ ବିଧିବଦ୍ଧ ଭାବେ ପ୍ରଦାନ କରିବେ।
    ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯାଇପାରେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି। ତେବେ ରଥଯାତ୍ରା ପୂର୍ବରୁ କି ବାହୁଡ଼ା ଯାତ୍ରା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ ତାହା ଚୂଡ଼ାନ୍ତ ହୋଇ ପାରିନାହିଁ । ରାଜ୍ୟ ସରକାରଙ୍କ ମନ୍ତ୍ରୀମାନେ ସେମାନଙ୍କର ବାର୍ଷିକ ରିପୋର୍ଟ କାର୍ଡ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିସାରିଛନ୍ତି । ସେହି ଆଧାରରେ କେଉଁମାନେ ମନ୍ତ୍ରିମଣ୍ଡଳରେ ସ୍ଥାନ ବଜାୟ ରଖିବେ ଓ କେଉଁମାନେ ବାଦ ପଡ଼ିବେ ତାହା ମୁଖ୍ୟମନ୍ତ୍ରୀ ସ୍ଥିର କରିବେ। ତେବେ ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମୋହନ ସରକାରଙ୍କ ନୂଆ ମନ୍ତ୍ରିପରିଷଦର ନକ୍ସା ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇସାରିଛି । କେଉଁ ମନ୍ତ୍ରୀ ସରକାରରୁ ବାଦ ପଡ଼ିବେ, କାହାର ବିଭାଗ ପରିବର୍ତ୍ତନ ହେବ ସେ ସମ୍ପର୍କରେ ଆପାତତଃ ନିଷ୍ପତ୍ତି ହୋଇସାରିଛି। ତେବେ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବ ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ଦୃଷ୍ଟିରୁ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଗୋପନୀୟତା ଅବଲମ୍ବନ କରାଯାଉଛି । ଅନ୍ୟପକ୍ଷରେ ମନ୍ତ୍ରିପରିଷଦରେ ଖାଲି ପଡ଼ିଥିବା ୬ ପଦ ପାଇଁ ବିଭିନ୍ନ ଗୋଷ୍ଠୀର ୬୦ ନେତା ଆଶାୟୀ ଥିବାରୁ ଏ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook