ମୁଖ୍ୟ ଖବର
ବଳଙ୍ଗା: ରଜରେ ଲଜ୍ଜା। ପିପିଲି ଓ ପୁରୀ ପରେ ଆଜି ବଳଙ୍ଗା ଅଞ୍ଚଳର ଜଣେ ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ବଳଙ୍ଗା ପୁଲିସ୍ ଏନେଇ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲା, ରବି ତ୍ରିପାଠୀ (୫୬)। ଅପରପକ୍ଷେ, ପୁଲିସ୍ ପୀଡ଼ିତାଙ୍କ ଡାକ୍ତରୀମାଇନା କରାଇ ୧୬୪ ଧାରାରେ ବୟାନ ରେକର୍ଡ କରିଛି।
ସୂଚନାନୁଯାୟୀ, ପୀଡ଼ିତା ଯୁବତୀଜଣଙ୍କ ୯୦ ପ୍ରତିଶତ ଭିନ୍ନକ୍ଷମ। ଶୁକ୍ରବାର ରାତିରେ ପରିବାରଲୋକ ଏକ ବାହାଘର ଭୋଜିକୁ ଯାଇଥିବା ବେଳେ ପୀଡ଼ିତାଜଣଙ୍କ ଏକୁଟିଆ ଘରେ ଥିଲେ। ଏହି ସମୟରେ ରବି ତାଙ୍କ ଘରେ ପଶି ତାଙ୍କୁ ଦୁଷ୍କର୍ମ କରିଥିଲା। ପରିବାରଲୋକେ ଘରେ ପହଞ୍ଚିବା ପରେ ଘଟଣା ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏନେଇ ପୀଡ଼ିତାଙ୍କ ମାଆ ବଳଙ୍ଗା ଥାନାରେ ଅଭିଯୋଗ କରିବାରୁ ବଳଙ୍ଗା ଥାନା ଅଧିକାରୀ ଦିବ୍ୟରଞ୍ଜନ ପଣ୍ଡାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଉକ୍ତ ଟିମ୍ ରବିକୁ ଗାଁରେ ୨ଘଣ୍ଟା ଖୋଜାଖୋଜି କରିଥିଲେ ହେଁ ପାଇନଥିଲା। ରବି ଏକ ଧାନ ଗହୀରରେ ଲୁଚିଥିବା ଖବର ପାଇ ପୁଲିସ୍ ସେଠାକୁ ଯିବାରୁ ସେ ଦୌଡ଼ି ଖସିଯିବାକୁ ଉଦ୍ୟମ କରିଥିଲା। କିନ୍ତୁ ପୁଲିସ୍ ତାକୁ ଗହୀର ଭିତରେ ଗୋଡ଼ାଇ ଗୋଡ଼ାଇ ଧରିଥିଲା।
Comments ସମସ୍ତ ମତାମତ 0