Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବାଙ୍କୀରେ ୨୬ ଜଣ ଡାଇରିଆ ଆକ୍ରାନ୍ତ ଚିହ୍ନଟ

    Share on :
    ajab-Image
    Date: Jun 15, 2025    Views: 4051

    ବାଙ୍କୀ  : କଟକ ଜିଲ୍ଲା ବାଙ୍କୀ ବ୍ଲକର କନ୍ତପହଁରା ପଞ୍ଚାୟତରେ ଦୁଇଦିନ ହେବ ଡାଇରିଆ ଆତଙ୍କ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। କନ୍ତପହଁରା ପଞ୍ଚାୟତର ଘୋଳପୁର ଗାଁରେ ୨୬ ଜଣ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଆଠଗଡ଼ ମେଡ଼ିକାଲରେ ୫ ଜଣ ଭର୍ତ୍ତି ହୋଇଥିଲେ। ପରବର୍ତ୍ତୀ ସମୟରେ ଚାରିଜଣ ଘରୋଇ ହସପିଟାଲକୁ ଯାଇଥିବା ବେଳେ ଜଣେ ଆଠଗଡ ମେଡିକାଲରେ ରହିଛନ୍ତି। ସୁବର୍ଣ୍ଣପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ମାନେ ଘୋଳପୁର ଗାଁରେ ପହଞ୍ଚି ସମସ୍ତ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ସମସ୍ତ ନଳକୂପ ଓ ଜଳାଶୟର ପାଣି ପରୀକ୍ଷା କରାଯାଇଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook