ମୁଖ୍ୟ ଖବର
ଦୁର୍ଘଟଣାଗ୍ରସ୍ତ ହୋଇଥିବା ଅହମଦାବାଦ-ଲଣ୍ଡନ ଏୟାର ଇଣ୍ଡିଆ ବିମାନର ବ୍ଲାକ ବକ୍ସ ଶେଷରେ ଠାବ ହୋଇଛି। କମଳା ରଙ୍ଗର ଏହି ଡିଭାଇସକୁ ବିମାନର ପଛ ପାର୍ଶ୍ୱରୁ ଠାବ କରାଯାଇଛି। ବିମାନଟି ନିୟନ୍ତ୍ରଣ ହରାଇ ଜେବି ମେଡିକାଲ କଲେଜର ହଷ୍ଟେଲ ବିଲଡିଂକୁ ଧକ୍କା ଦେଇଥିଲା। ବିଲଡିଂ କାନ୍ଥରେ ଏହାର ପଛ ପାର୍ଶ୍ୱ ଲାଗି ଯାଇଥିଲା। ଏବେ ଛାତ ଉପରୁ ବ୍ଲାକ ବକ୍ସକୁ ଠାବ କରାଯାଇଛି।
ବ୍ଲାକ ବକ୍ସକୁ ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ବା ଏଏଆଇବି ଟିମ ଠାବ କରିଛି। ବ୍ଲାକ ବକ୍ସ ମିଳିଥିବାରୁ ଏବେ ତଦନ୍ତକାରୀ ଟିମକୁ ଦୁର୍ଘଟଣାର କାରଣ ଖୋଜିବାରେ ବେଶ ସହାୟକ ହେବ। ବିମାନ ଦୁର୍ଘଟଣା ପରେ ବ୍ଲାକ ବାକ୍ସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଉପକରଣ ମଧ୍ୟରୁ ଗୋଟିଏ। ଏହା ସାହାଯ୍ୟରେ ଦୁର୍ଘଟଣାର ତଦନ୍ତ କରାଯାଏ। ବିମାନ କିପରି ଦୁର୍ଘଟଣାଗ୍ରସ୍ତ ହେଲା? ଏହା ପଛରେ କ’ଣ କାରଣ ଥିଲା? କକପିଟରେ ପାଇଲଟ ଓ ଅନ୍ୟମାନେ କ’ଣ କରୁଥିଲେ ଆଦି ତଥ୍ୟ ମିଳିଥାଏ।
ବ୍ଲାକ ବାକ୍ସ ସବୁବେଳେ ବିମାନ ଉଡ଼ାଣ ସମୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପକୁ ରେକର୍ଡ କରେ। ଏହି କାରଣରୁ ଏହାକୁ ଫ୍ଲାଇଟ ଡାଟା ରେକର୍ଡର ବା FDR ମଧ୍ୟ କୁହାଯାଏ। ବ୍ଲାକ ବାକ୍ସଟି ଟାଇଟାନିୟମ ଧାତୁରେ ତିଆରି। ଭୟଙ୍କର ଦୁର୍ଘଟଣା ଘଟିଲେ ମଧ୍ୟ ବ୍ଲାକ ବାକ୍ସ ସୁରକ୍ଷିତ ରହିଥାଏ।
Comments ସମସ୍ତ ମତାମତ 0