ମୁଖ୍ୟ ଖବର
ଯାଜପୁର : ଗାଡ଼ି ଧକ୍କାରେ ମା’ ପୁଅ ମୃତ । ମୃତକ ହେଲେ ଯାଜପୁର ଜିଲ୍ଲା ସଦର ଥାନା କୁଝାଲା ଗ୍ରାମର ପରୀକ୍ଷିତ ଦାସଙ୍କ ପତ୍ନୀ ପାକନ ଦାସ ଓ ୬ ବର୍ଷର ନାବାଳକ ସାଇ ଦାସ । ରାସ୍ତା ପାରି ହେବା ସମୟରେ ବରୀରୁ ବରୁହ୍ନା ଅଭିମୁଖ୍ୟ ଆସୁଥିବା ବିଦ୍ୟୁତ ବିଭାଗର ପିକଅପ ଗାଡ଼ିଟି ମା’ ଓ ପୁଅକୁ ଧକ୍କା ଦେଇଥିଲା । ଦୁହିଁଙ୍କୁ ଗୁରୁତର ଅବସ୍ଥାରେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ପ୍ରଥମେ ୬ ବର୍ଷର ପୁଅକୁ ମୃତ ଘୋଷଣା କରିଥିବା ବେଳେ ପରେ ମା’କୁ ମୃତ ଘୋଷଣା କରିଥିଲା । ଘଟଣାସ୍ଥଳରେ ସଦର ଥାନା ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ସଦର ଥାନା ପୋଲିସ ।
Comments ସମସ୍ତ ମତାମତ 0