Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ପ୍ରଭୁ ଅଲାରନାଥଙ୍କ ପୀଠରେ ପ୍ରବଳ ଭିଡ଼

    Share on :
    ajab-Image
    Date: Jun 12, 2025    Views: 3373

    ପୁରୀ: ଅଣସର ପିଣ୍ଡିରେ ଚତୁର୍ଦ୍ଧାମୂର୍ତ୍ତି, ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼ । ଶ୍ରୀକ୍ଷେତ୍ରରେ ମାନବୀୟ ଲୀଳା କରୁଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ । ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ହୋଇ ଅଣସର ପିଣ୍ଡିରେ ଉପଚାର ଆରମ୍ଭ ହୋଇଛି । ସେଠାରେ ଦଇତା ସେବାୟତମାନେ ଦାରୁ ଦିଅଁଙ୍କ ଗୁପ୍ତ ଉପଚାର କରୁଛନ୍ତି । ଏଣେ ଶ୍ରୀମନ୍ଦିର ରତ୍ନସିଂହାସନରେ କଳାସାଆନ୍ତେଙ୍କ ଦର୍ଶନ ନପାଇ ପୁରୀ ବ୍ରହ୍ମଗିରିର ଅଲାରନାଥଙ୍କ ପୀଠରେ ଭିଡ ଜମାଉଛନ୍ତି ଶ୍ରଦ୍ଧାଳୁ । ସକାଳୁ ପ୍ରଭୁ ଅଲାରନାଥଙ୍କ ମଙ୍ଗଳ ଆଳତି ନୀତି ହୋଇଛି । ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଥିଲା । ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପକ୍ଷରୁ ବ୍ୟାରିକେଡ଼ ବ୍ୟବସ୍ଥା ସହ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।ପ୍ରଭୁ ଅଲାରନାଥଙ୍କ ପୀଠର କିମ୍ବଦନ୍ତୀ ଓ ମାହାତ୍ମ୍ୟ ସ୍ବତନ୍ତ୍ର ରହିଛି । ଶାସ୍ତ୍ରରେ ବର୍ଣ୍ଣିତ ଅଛି, ଅଣସର ସମୟରେ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କଲେ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସମ ଫଳ ମିଳିଥାଏ । ଏଥିପାଇଁ ବ୍ରହ୍ମଗିରି ସ୍ଥିତ ଅଲାରନାଥଙ୍କ ପୀଠ ଏବେ ଚଳଚଞ୍ଚଳ । ପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ପ୍ରତିଦିନ ହଜାର ହଜାର ଭକ୍ତ ପ୍ରଭୁଙ୍କ ସୁଅ ଛୁଟି ଥାଏ ପୀଠକୁ । ଅଲାରନାଥ ମନ୍ଦିର ପୁରୀ ଜିଲ୍ଲାର ବ୍ରହ୍ମଗିରି ଠାରେ ଅବସ୍ଥିତ ବିଷ୍ଣୁଙ୍କର ଏକ ମନ୍ଦିର । ଅଲାରନାଥଙ୍କୁ ପ୍ରଭୁ ବିଷ୍ଣୁଙ୍କର ଚଳନ୍ତି ପ୍ରତିମା ଭାବେ ବିଶ୍ବାସ କରାଯାଏ ।

    Maximum 500 characters

    ତାଜା ଖବର View all

    Find Us on Facebook