Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଦେଶରେ ୩୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

    Share on :
    ajab-Image
    Date: Jun 8, 2025    Views: 4643

    ଗତ ୨୪ ଘଣ୍ଟାରେ ଦେଶରେ ୩୯୧ ଜଣ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହା ସହିତ ଦେଶରେ ସକ୍ରିୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୫କୁ ବୃଦ୍ଧି ପାଇଛି। ରବିବାର ସକାଳେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।

    କରୋନାର ୩୯୧ଟି ନୂଆ ମାମଲା ମଧ୍ୟରୁ କେରଳର ସର୍ବାଧିକ ୧୨୭ଟି ରହିଛି। ଏହା ପଛକୁ ରହିଛି ଗୁଜରାଟ। ସେଠାରୁ ୧୦୨ ଜଣ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଦିଲ୍ଲୀରୁ ୭୩ ଓ ପଶ୍ଚିମବଙ୍ଗରୁ ୨୬ ଜଣ ଚିହ୍ନଟ ହୋଇଛନ୍ତି। କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ସାରା ଦେଶରେ ଡାକ୍ତରଖାନାଗୁଡ଼ିକର ପ୍ରସ୍ତୁତି ପରଖିବା ପାଇଁ କେନ୍ଦ୍ର ସରକାର ମକ୍‌ ଡ୍ରିଲ୍‌ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।  

    ଅରୁଣାଚଳ ପ୍ରଦେଶ, ଚଣ୍ଡିଗଡ଼, ମିଜୋରାମ ଓ ତ୍ରିପୁରାରେ ଗତ ୨୪ ଘଣ୍ଟାରେ କରୋନାର ଗୋଟିଏ ବି ନୂଆ ମାମଲା ଦେଖିବାକୁ ମିଳିନାହିଁ।

    ନୂଆ ମାମଲା ଆସିବା ସହିତ ଗତ ୨୪ ଘଣ୍ଟାରେ ୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। କେରଳ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଓ ତାମିଲନାଡୁରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

    Maximum 500 characters

    ଦେଶ ବିଦେଶ View all

    Find Us on Facebook