Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ

    Share on :
    ajab-Image
    Date: Jun 8, 2025    Views: 5289

    ମୋହନା : ଗୁଣି ଗାରେଡ଼ି ସନ୍ଦେହରେ ଜଣେ ବୃଦ୍ଧଙ୍କୁ ହତ୍ୟା କରି ପୋଡିଦେଲେ । ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା କୁଇହୁରୁ ଗାଁରେ । ମୃତକ ହେଲେ ୬୦ ବର୍ଷ ବୟସ୍କା କାମ୍ବି ମଳିକ  ।  ଗତ ମଙ୍ଗଳବାର ଏହି ହତ୍ୟାକାଣ୍ଡ ଘଟିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାଡ଼ ପାଉଁଶ ଜବତ କରିଛି  ।  ଘରେ କେହି ନଥିବା ବେଳେ ଗତ ମଙ୍ଗବାର ରାତିରେ ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା କାମ୍ବିଙ୍କ ପୁଅ ଝିଅ କହିଛନ୍ତି  । ସେମାନେ କେହି ଘରେ ନଥିଲେ  । ବାପା କାମ୍ବି ଏକା ଘରେ ଥିଲେ  । ବୁଧବାର ସକାଳେ ପୁଅ ଝିଅ ଘରକୁ ଆସି ଦେଖିବା ବେଳେ ବାପା ଘରେ ନଥିଲେ  ।  କିନ୍ତୁ ଘର ଆଗରେ ରକ୍ତ ଛିଟା ପଡ଼ିଥିବା ଦେଖି ମନରେ ସନ୍ଦେହ ଉପୁଜିଥିଲା  । ଏହା ପରଠାରୁ ବାପାଙ୍କୁ ଖୋଜିଥିଲେ  । ତେବେ ବାପାଙ୍କୁ କିଛି ବ୍ୟକ୍ତି ଘର ଆଗରେ ହତ୍ୟାକରି ଗାଁଠାରୁ କିଛି ଦୂରରେ ପୋଡି ଦେଇଥିବା ଜାଣିବାକୁ ପାଇଥିଲେ ପରିବାର ଲୋକ କ୍ଷ ତେବେ ପରିବାର ଲୋକ ଭୟରେ ରହିଥିଲେ  ।  ରବିବାର ମୋହନା ପୋଲିସ ଖବର ପାଇ କୁଇହୁରୁ ଗାଁରେ ପହଞ୍ଚି ତଦନ୍ତ ପରେ ହତ୍ୟାକାଣ୍ଡ ହୋଇଥିବା ସ୍ପଷ୍ଟ କରିଛି  । ମୃତ କାମ୍ବି ଗାଁରେ କିଛି ଝାଡଫୁଙ୍କ କରିବା ସହ ଚେର ମୂଳି ଔଷଧ ଦେଉଥିଲେ  । ତେଣୁ ତାଙ୍କୁ ଗୁଣି ସନ୍ଦେହରେ କିଛି ବ୍ୟକ୍ତି ମିଶି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି  । ଘଟଣା ପରେ ଗାଁରେ ପୁରୁଷଶୂନ୍ୟ ଥିବା ଦେଖିବାକୁ ମିଳିଛି  ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook